ଛୁଆ ଙ୍କୁ ପାଠ ପଢ଼ାଇବାକୁ ଯାଇ ମୃତ୍ୟୁ ମୁଖରେ ପଡିଲେ ଅଙ୍ଗନୱାଡି କର୍ମୀ ମଞ୍ଜୁ ଦେହୁରୀ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆ ପାଲି ପଞ୍ଚାୟତ ଅନ୍ତର୍ଗତ ବାଘରତୈଲl ଅଙ୍ଗନୱାଡି କେନ୍ଦ୍ର କର୍ମୀ ମଞ୍ଜୁ ଦେହୁରୀ (39) ଛୁଆ ଙ୍କୁ ପାଠପଢ଼ାଉ ଥିବାବେଳେ ଅଙ୍ଗନୱାଡି କେନ୍ଦ୍ରରେ ତଳେ ପଡି ମୂର୍ଚ୍ଛା ହୋଇଯାଇଥିଲେ I ମଙ୍ଗଳବାର ଖବର ପାଇ ପରିବାର ଲୋକ ସଙ୍ଗେ ସଙ୍ଗେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ I ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା I ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାଯାଇଛି I ତାଙ୍କର ଦୁଇ ପୁଅ ଏବଂ ଏକ ଝିଅ ରହିଥିବା ବେଳେ ସ୍ଵାମୀ ଜଣେ ଚାଷୀ ଅଟନ୍ତି I କାର୍ଯ୍ୟରତ ଅବସ୍ଥାରେ ଅଙ୍ଗନୱାଡି କର୍ମୀ ଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୁଏ l