ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଅବସରରେ ଚାଲିଥିବା ସୁରାସୁର ଦରବାରରେ ଅତିଥିଭାବେ ଯୋଗଦେଲେ ବିଧାୟକ ଓ ବିଭିନ୍ନ ସରପଞ୍ଚ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ୪୨ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ବୁଧବାର ସପ୍ତମ ରଜନୀ ରେ ପହଞ୍ଚିଛି। ମହାରାଜା ମୁରାସୁର ପାଖରେ ସମ୍ବଲପୁରୀ ଓ ଲୋକନୁର୍ତ୍ୟ ଆଦି ଦୃଶ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ପର୍ଯ୍ୟାୟକ୍ରମେ ଶେଷ ନରସିଂହ ଙ୍କୁ ମୁରାସୁର ଙ୍କ ଗୁରୁ ନିମନ୍ତ୍ରଣ ମଞ୍ଚସ୍ଥ ହୋଇଥିଲା । ମହାରାଜା ମୁରାସୁର ଙ୍କ ନିର୍ଦ୍ଦେଶକ୍ରମେ ପୂଜା କମିଟିର ସଭାପତି ଲବ କୁମାର ସାହୁ ଙ୍କ ସଭାପତିତ୍ବରେ ମୁରାସୁର ଦରବାରର ରାଜସଭା ଆୟୋଜନ ହୋଇଥିଲା । ଏଥିରେ ରାଜକୀୟ ମୁଖ୍ୟ ଅତିଥି ଭାବରେ ବିରାମହରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା ଯୋଗଦେଇଥିଲେ I ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଉଫୁଳା ସରପଞ୍ଚ, ଶ୍ରୀମତୀ ଶ୍ରୀୟା କର୍ମୀ , କମିରା ଅନୁସୟା ପଧାନ , ବହଳ ପଦର ସରପଞ୍ଚ ନିରୁପମା ସେଠି , ମୁର୍ଷୁଣ୍ଡି ସରପଞ୍ଚ ମନୋଜ କୁମାର ସାହୁ , ଜଟେସିଂଘl ସୁନିତା ପଧାନ ସରପଞ୍ଚ , ସଂଗ୍ରାମ ପୁର ଅଳକା କର୍ମୀ , ବାଗବର ନିରୁପମା ବଗର୍ତି , ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ପୂଜା କମିଟିର ଉପଦେଷ୍ଟା ରାଜଗୋପଲ ପାଣିଗ୍ରାହୀ , କୁଶ କୁମାର ସାହୁ , ପ୍ରମାନନ୍ଦ ଜଟି, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର , କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି ,ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।