ଖଣ୍ଡହତା ରେ ମା ଗଜଲକ୍ଷ୍ମୀ ଙ୍କର ଭସାଣୀ ଉତ୍ସବ ଅବସରରେ ଗାଁ କଳାକାର ପରିବେଷଣ କଲେ ସାମାଜିକ ନାଟକ , — ସବୁ ପର , ଏଠି ଲୁହ ନିଜର .


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ‘ନୀଳଚକ୍ର କଳାପରିଷଦ’ ଅନୁଷ୍ଠାନ ଦ୍ୱାରା, ସାମାଜିକ ନାଟକ ‘ସବୁପର ଏଠି ଲୁହ ନିଜର ‘ ମଞ୍ଚସ୍ଥ ହୋଇଥିଲା। ଏଥିରେ ଗୋବର୍ଦ୍ଧନ ସାହୁ ନିର୍ଦ୍ଧେଷିତ ନାଟକ ଟି ଶେଷ ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା । ଏହି ଅବସରରେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହl ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ , ଚମ୍ପlମାଲ ସରପଞ୍ଚ ମହେନ୍ଦ୍ର ଜଗଦଳା , କମିରା ସରପଞ୍ଚ ଅନୁସୟା ପଧାନ , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ , ଖଣ୍ଡହତା ସମିତି ସଭ୍ୟ ବିନୋବା ନନ୍ଦ ପଧାନ , ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ, ବରିଷ୍ଠ ଶିକ୍ଷକ ତଥା ନିର୍ଦେଶକ ଅଭିନେତା ରଞ୍ଜିତ ମିଶ୍ର, ସମାଜ ସେଵୀ ସପନ ପଧାନ , ପ୍ରମୋଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅନୁଷ୍ଠାନ ର ବରିଷ୍ଟ ସଭ୍ୟ ଶରତ ଭୋଇ ସଭା ପରିଚାଳନା କରିଥିଲେ ଏବଂ ସୁଭାଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ଦ୍ୱାରା ଅନେକ ପୁରୁଣା କଳାକାର ,ସମାଜସେବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ମାନ ପାତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ‌ଦର୍ଶକ ଏବଂ ଅନୁଷ୍ଠାନ ର ସଭ୍ୟ ମାନଙ୍କ ଅନୁରୋଧ କ୍ରମେ ଉପାଧ୍ୟକ୍ଷ ସଂଗୀତ ପରିବେଷଣ କରିଥିଲେ । ନାଟକ ର ବିଭିନ୍ନ ଭୂମିକାରେ ଗୋବର୍ଦ୍ଧନ ସାହୁ, ପ୍ରକାଶ ଦାସ , ତ୍ରୀପୁରୀ ଠାକୁର , ସୁଦାମ ମେଣ୍ଡିଲି , ମୁରଲିଧର ପ୍ରଧାନ , ଘୁଣ୍ଡୁଗୋପାଲ କର୍ଣ୍ଣ,ଆସୁତସ ପଣ୍ଡା, ହେମନ୍ତ କର୍ମୀ, ଶୁଶିଲ ଭୁକ୍ତା, ନରେନ୍ଦ୍ର କର୍ଣ୍ଣ ଓ ଜଗନ୍ନାଥ ଅମାତ ପ୍ରମୁଖ ଅଭିନୟ କରିଥିଲେ। ମେଲୋଡି ଓ ନାଟକ ଟିକୁ ବହୁ ସଂଖ୍ୟକ ଦର୍ଶକ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ। ବୁଧବାର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋମଯଜ୍ଞ ଓ ପୂର୍ଣ୍ଣାହୁତି କରି ମାଁ ଲକ୍ଷ୍ମୀଙ୍କ ଭଷାଣୀ ଉତ୍ସବ ବହୁତ ଧୁମଧାମରେ ଅନୁଷ୍ଠିତ ହୋଇଥିଲା ।