ଗୋଧନେଶ୍ୱର ଶୈବ ପୀଠରେ ନବାହ ପରାୟଣ ପାଇଁ ବ୍ୟାସ ବରଣ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଜଟେସିଂହ ପଞ୍ଚାୟତ ଅନ୍ତର୍ଗତ ଶିବଶକ୍ତି ସତସଙ୍ଗ ସଂଘ ଗୋଧନେଶ୍ୱର ପକ୍ଷରୁ ନବାହ ପାରାୟଣ ପାଇଁ ବ୍ୟାସ ବରଣ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ପ୍ରଭଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରାଣ ଗାୟକ ବ୍ୟାସ ନାରାୟଣ ଓଝା ଙ୍କ ବାସଭବନ ଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ନଡ଼ିଆ , ଗୁଆ ଓ ଉପଢ଼ୌକନ ଦେଇ ତାଙ୍କୁ ବରଣ କରାଯାଇଥିଲା । ଗୋଧନେଶ୍ଵର ଶୈବପୀଠ ପରିସରରେ ଆସନ୍ତା ମାଘ ତିଳ ସପ୍ତମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହେବା ନେଇ କମିଟି ପକ୍ଷରୁ ସୂଚନା ରହିଛି। ଏଥିରେ ସମ୍ପାଦକ ସୂର୍ଯ୍ୟ ନାରାୟଣ ତରିଆ , କୋଷାଧ୍ୟକ୍ଷ ବୈଦ୍ୟନାଥ ବିଶ୍ଵାଲ , ଉପଦେଷ୍ଟା ଡିଲେଶ୍ଵର ପ୍ରଧାନ , ଶିତାରାମ ପ୍ରଧାନ, ଭିକାରୀ ପ୍ରଧାନ, ଗକୁଲ ମାଝି, ବିଶ୍ଵାମିତ୍ର ନାଗ,ରଞ୍ଜନ ମହାକୁର , ମୋହନ ଜଟି, ଦଫିଦାର ବିଶ୍ଵାଲ , ଅକ୍ଷୟ ପାଣ୍ଡେ , କୃଷ୍ଣଚନ୍ଦ୍ର ପ୍ରଧାନ, ଟିମନ ପାଣିଗ୍ରାହୀ , ଶରତ କୁମାର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।