ବାତ୍ୟା ‘ଦାନା’ ଅପଡେଟ: ସମୁଦ୍ରରେ କମୁଛି ଗତି, ପରାଦୀପଠାରୁ ୧୫୦ କି.ମି. ଦୂରରେ


ଧିରେ ଧିରେ ସ୍ଥଳଭାବର ନିକଟତର ହେଉଛି ବାତ୍ୟା ‘ଦାନା’ । ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ବାତ୍ୟାର ଗତି ମନ୍ଥର ହେବାରେ ଲାଗିଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ ମାଡ଼ି ଆସିଛି ବାତ୍ୟା ‘ଦାନା’ ।

ଏବେ ପାରାଦୀପଠାରୁ ୧୫୦ କି.ମି. ଦୂରରେ ରହିଛି ବାତ୍ଯା ‘ଦାନା’ । ଧାମରାଠାରୁ ୧୮୦ କି.ମି. ଦୂରରେ ରହିଛି । ସେହିପରି ସାଗରଦ୍ବୀପଠାରୁ ୨୫୦ କି.ମି. ଦୂରରେ ଦାନା ବାନ୍ଧୁଛି ବାତ୍ଯା ‘ଦାନା’ ।

ଆଜି ମଧ୍ଯରାତ୍ରୀରୁ ଆରମ୍ଭ ହେବ ଲ୍ଯାଣ୍ଡଫଲ୍ ପ୍ରକ୍ରିୟା । ଏହା ଆସନ୍ତାକାଲି ଭୋର ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦାନା ରାଜନଗରରେ ଦେଇ ଚାନ୍ଦବାଲିରେ ଲ୍ଯାଣ୍ଡଫଲ୍ ହୋଇପାରେ । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା କରହିଛି । ବିଶେଷ କରି ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ।