ବୀରମହାରାଜପୁର ମହିଳା କଲେଜରେ ଜିଲ୍ଲା ସ୍ତରୀୟ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭାଗୃହ ଠାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡ଼ାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ, ଅଧ୍ୟକ୍ଷ ବୀରମହାରାଜପୁର ଏସ ଡି ଅଚ ଡ଼ା ସଞ୍ଜୟ କୁମାର ମହାପାତ୍ର , ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ , ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ୱର୍ଣ୍ଣପ୍ରଭା ଜୁଏଡ , ସଂଜୋଜିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ଓ PSW ଶିବ କର୍ମୀ ପ୍ରମୁଖ ମଂଚାସୀନ ଥିଲେ l ଅତିଥି ବୃନ୍ଦ ମାନସିକ ସ୍ଵାସ୍ଥ୍ୟ ଉପରେ ସଚେତନତା ସୃଷ୍ଟି କରି ମାନସିକ ରୋଗୀ ଙ୍କୁ ଉତ୍ସାହିତ କରି ସଂପୂର୍ଣ୍ଣ ଚିକିତ୍ସା ମାନସିକ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ , ସୁଷମ ଖାଦ୍ୟ , ନିଶାଦ୍ରବ୍ୟ ରୁ ନିବୃତ ରହିବା ଉପରେ ପୁଙ୍ଖାନୁପଙ୍ଖ ଆଲୋଚନା କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l ସଂଯୋଜିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ସ୍କୁଲ ଲେଭେଲ ରେ ତମାଖୁ ମୁକ୍ତ ଉପରେ ଆବଶ୍ୟକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
ଉକ୍ତ ସଭାରେ ସ୍କୁଲ ର ସମସ୍ତ କର୍ମକର୍ତ୍ତା , ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତି ଥିଲେ । ଉକ୍ତ ସଭାରେ ଅଧ୍ୟାପିକା ସଂତୋଷିନି ନାୟକ , ଅଭିନାଶ ହୋତା ହିସାବ ରକ୍ଷକ, ଅନୁପ ରଞ୍ଜନ ଦାସ ସ୍ଵାସ୍ଥ୍ୟ ପର୍ଯ୍ୟବେକ୍ଷକ ଓ ଟୀକା ରାମ ପଟେଲ ସହଯୋଗ କରିଥିଲେ । ୧୦ଜଣ କୃତି ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ଶେଷରେ ଅଧ୍ୟାପିକା ଗୀତାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l