ମୂରଶୁଣ୍ଢୀ ମୁରାସୁର ଦରବାର ର ଅଷ୍ଟମ ରଜନୀ ରେ ଶେଷନୃସିଂହ ଙ୍କୁ ମାରିବାରେ ମୁରାସୁର ବିଫଳ ଅଭିନୀତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ୪୨ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ଗୁରୁବାର ଅଷ୍ଟମ ରଜନୀ ରେ ଲୀଳା ନାଟକ ଶେଷନୃସିଂହକୁ ମାରିବାରେ ମୁରାସୁର ବିଫଳ ହୋଇଥିବା ଅଭିନିତ ହୋଇଥିଲା । ପରେ ଶେଷ ନୃସିଂହ ଙ୍କ ସହିତ ମୁରାସୁର ର ପୁତ୍ର, ନାତି ଙ୍କ ଯୁଦ୍ଧ ଏବଂ ଯୁଦ୍ଧରେ ସେମାନଙ୍କ ନିହତ I ଖବର ପାଇ ମୁରାସୁର ମର୍ମାହତ ଏବଂ ଶେଷ ନୃସିଂହ ଙ୍କ ସହିତ ମୁରାସୁର ଯୁଦ୍ଧ କରିବାକୁ ନାରଦଙ୍କ ପରାମର୍ଶ ଆଦି ମଞ୍ଚସ୍ଥ ହୋଇଥିଲା I ମହାରାଜା ମୁରାସୁର ଙ୍କ ନିର୍ଦ୍ଦେଶକ୍ରମେ ପୂଜା କମିଟିର ସଭାପତି ଲବ କୁମାର ସାହୁ ଙ୍କ ସଭାପତିତ୍ବରେ ଦରବାର ରେ ଏକ ରାଜସଭା ଆୟୋଜନ ହୋଇଥିଲା। ଏଥିରେ ରାଜକୀୟ ଅତିଥିଭାବେ ବରଗଡ଼ ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ବରଗଡ଼ ବ୍ଲକ ଅଧ୍ୟକ୍ଷ ଉମେଶ ପଣ୍ଡା , ବିନିକା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କୃତିବାସ ମିଶ୍ର , ବିଶିଷ୍ଟ ବ୍ୟବସାୟୀ ପ୍ରଶାନ୍ତ ବାବୁ , ପୂର୍ବତନ ଅତ୍ମା ଅଧ୍ୟକ୍ଷ ବିବଶ୍ଵତି ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ I ପୂଜା କମିଟିର ଉପଦେଷ୍ଟା ରାଜଗୋପଲ ପାଣିଗ୍ରାହୀ , କୁଶ କୁମାର ସାହୁ, ପ୍ରମାନନ୍ଦ ଜଟି, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।