Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ବିଭାଗ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ

ବରଗଡ଼ :ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସଭାପତି ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ବରେ ବିଦ୍ୟୂତ ବିଭାଗ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ଟାଟା ପାୱାର ଏପ୍ କୁ ସ୍ମାର୍ଟ ଫୋନରେ ଡାଉନଲୋଡ କରି ବିଭିନ୍ନ ସେବା ଉପଲବ୍ଧ ହୋଇ ପାରିବ । ଏହା ଓଡିଆ ଓ ଇଂରାଜୀରେ ଉପଲବ୍ଧ ହୋଇ ପାରିବ ଏହା ବ୍ୟତୀତ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ରେ ସୋଲାର ପ୍ୟାନେଲ ଦ୍ଵାରା ପ୍ରାୟ ତିନି ବର୍ଷ ପରେ ୩୦୦ ୟୁନିଟ ମାଗଣା ବିଦ୍ୟୁତ ପାଇ ପାରିବେ ବୋଲି ବିଭାଗ ମୁଖ୍ୟ, ସତ୍ୟ ବ୍ରତ ପଣ୍ଡା, ସୂଚନା ଦେଇଥିଲେ, ଏହା ସହିତ ଅଜୟ କୁମାର ସେନ,ଦେବୀ ପ୍ରଶନ୍ନ ସାମଲ, ଗୋବିନ୍ଦ ଦାଶ, ମଞ୍ଚାସିନ ରହି ସୋଲାର ପ୍ୟାନେଲ ଉପରେ ବକ୍ତବ୍ୟ ରଖିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଶୁଶିଲ ମହାପାତ୍ର, ନିର୍ମଳ କିଶୋର କର, ପ୍ରଶନ୍ନ ପ୍ରଧାନ,ବିମଳ ମିଶ୍ର,ଦେବୀ ପଟ୍ଟନାୟକ, ପ୍ରଦୀପ ସାହୁ,ସ୍ବାଧିନ ମହାରଣା, ପବିତ୍ର ସରାଫ, କାହ୍ନୁ ପୃଷ୍ଟି, ପୃଥ୍ୱୀରାଜ ନାଏକ, ତୁଳସୀ ଚରଣ ଦାଶ ଓ ଆହୁରି ଅନେକ ଯୋଗ ଦେଇଥିବା ବେଳେ ବିଦ୍ୟୂତ ବିଭାଗ ପକ୍ଷରୁ ଦିଲିପ କୁମାର ରାଉତ, କ୍ଷିରୋଦ କୁମାର ମଲ୍ଲିକ, ରବି ରଥ ଆଦି ଯୋଗଦେଇ ସହଯୋଗ କରିଥିଲେ।
ସଂଗଠନ ସଂପାଦକ କେଦାର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସର୍ଦାର ପ୍ରୀତମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।