ମୂରଶୁଣ୍ଢୀ ରେ ଚାଲିଥିବା ଗଜଲକ୍ଷ୍ମୀ ପୂଜା ଅବସରରେ ନବାହ୍ନ ପରାୟଣ ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ଠାରେ ୪୨ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ୧୭ ତାରିଖ ରୂ ଆୟୋଜିତ ହୋଇଥିବା ନବାହ୍ନ ପାରାୟଣ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏଥିରେ ପୂଜକ ପ୍ରଦିପ କୁମାର ରଥ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସନ୍ତୋଷ ସମର୍ଥ ଓ ଧର୍ମପତ୍ନୀ ବାସନ୍ତି ସମର୍ଥ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଦୀର୍ଘ ନଅ ଧରି ବ୍ୟାସ ପଣ୍ଡିତ ଅଜିତ କୁମାର ଦାସଙ୍କ ପୁରାଣ ପଠନର ସମାପ୍ତ କରିଥିଲେ। ପ୍ରତ୍ୟେକ ଦିନ ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଉପସ୍ଥିତ ରହି ରାମ ଚରିତ ମାନସ ଶ୍ରବଣ କରୁଥିଲେ । ସମସ୍ତ ଙ୍କ ପାଇଁ ସବୁଦିନ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା । ପୂଜା କମିଟିପୂଜା କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ଉପଦେଷ୍ଟା ରାଜଗୋପଲ ପାଣିଗ୍ରାହୀ, କୁଶ କୁମାର ସାହୁ, ପ୍ରମାନନ୍ଦ ଜଟି, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର , କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।