ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଚାଲିଥିବା ମୁରାସୁର ଦରବାର ରେ ସୁରାସୁର ନିହତ ହେବା ସଙ୍ଗେ ଉତ୍ସବ ସମାପିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ୪୨ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ହେଉଥିବା ମୁରାସୁର ଦରବାର ଶୁକ୍ରବାର ଉଦଯାପିତ ହୋଇଯାଇଛି । ନାଟ୍ୟଭିକ୍ରମରେ ମୁକ୍ତାକାଶ ରଙ୍ଗମଞ୍ଚ ରେ ମୁରାସୁର ପହଞ୍ଚିବା ପୂର୍ବରୁ ଏକ ଶୋଭାଯାତ୍ରା ରେ ନଗର ଭ୍ରମଣ କରିଥିଲେ ।‌ ତାଙ୍କ ସହିତ ପାତ୍ର ମନ୍ତ୍ରୀ ମଧ୍ୟ ସାମିଲ ଥିଲେ। ମଞ୍ଚରେ ପହଞ୍ଚି ଆରମ୍ଭ ହୋଇଥିଲା ରାଜ ସଭା କାର୍ଯ୍ୟ । ରଙ୍ଗ ସଭାରେ ମହାରାଜା ମୁରାସୁର ଙ୍କ ନିର୍ଦ୍ଦେଶକ୍ରମେ ପୂଜା କମିଟିର ସଭାପତି ଲବ କୁମାର ସାହୁ ଙ୍କ ସଭାପତିତ୍ବରେ ମୁରାସୁର ଦରବାର ର ରାଜସଭା ଆୟୋଜନ ହୋଇଥିଲା । ଯତୀନ ମେହେର , ପଞ୍ଚlନନ ସାହୁ ରାଜ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ରାଜନର୍ତ୍ତକୀଙ୍କ ଦ୍ବାରା ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ହୋଇଥିଲା । ପୈାରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେଷିତ ମୁରାସୁର ରାଜ ଦେଖିବାକୁ ପ୍ରବଳ ଗହଳି ଲାଗିଥିଲା । ରଙ୍ଗମଞ୍ଚରେ ନାଟ୍ୟାଭିକ୍ରମରେ ବିଷ୍ଣୁଙ୍କ ଉପରେ ମୁରାସୁର କ୍ରୋଧିତ ହୋଇଥିଲେ । ମହାମନ୍ତ୍ରୀ ଓ ସେନାପତି କାଳବିକାଳଙ୍କ ହସ୍ତରେ ନିହତ , ବିଷ୍ଣୁଙ୍କ ସହ ମୁରାସୁର ଯୁଦ୍ଧ ଏବଂ ଏଥିରେ ମୁରାସୁର ନିହତ ଆଦି ଅଭିନିତ ହୋଇଥିଲା । ମୁରାସୁର ଭୂମିକାରେ ଗୋପାଳ ପଣ୍ଡା ନିଖୁଣ ଅଭିନୟ କରିଥିଲେ । ସବୁଦିନ ଭଳି ଲକ୍ଷ୍ମୀଙ୍କ ପୂଜା ପରେ ପୁଷ୍ପାଞ୍ଜଳି ଓ ସନ୍ଧ୍ୟା ଆଳତି ହୋଇଥିଲା। ମୀନା ବଜାର ସହିତ ଭଳିକି ଭଳି ଜିନିଷ , ଘରକରଣା ଆଦି କିଣାବିକା କରିବା ପାଇଁ ଦର୍ଶକ ଭିଡ ପରିଲକ୍ଷିତ ହୋଇଥିଲା । ପୂଜା କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ଉପଦେଷ୍ଟା ରାଜଗୋପଲ ପାଣିଗ୍ରାହୀ, କୁଶ କୁମାର ସାହୁ, ପ୍ରମାନନ୍ଦ ଜଟି, ଉପ ସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।