ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୪ ଯୁବକ


ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୪ ଜଣ ଯୁବକ । ଘଟଣା ଗୁରୁଗ୍ରାମର ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ଘଟିଛି ।

ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ନିଆଁ ଲାଗିବା ପରେ ଆଖି ପିଛୁଳାକେ ଏହା ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଫଳରେ ରୁମ୍‌ରେ ଶୋଇଥିବା ୪ ଜଣ ଯୁବକ ଜୀବନ୍ତ ଜଳି ଯାଇଥିଲେ ।

ସମସ୍ତ ମୃତ ଯୁବକମାନେ ବିହାରର ବୋଲି ଜଣାପଡିଛି । ଏମାନଙ୍କ ବୟସ ୧୭, ୨୨, ୨୪ ଓ ୨୮ ବୋଲି କୁହାଯାଉଛି । ଏମାନେ ସମସ୍ତେ ଜେ ବ୍ଲକର ହଓ୍ୱା ମହଲରେ ଭଡ଼ାରେ ଘର ନେଇ ରହୁଥିଲେ । ସେପଟେ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମୃତଦେହଗୁଡିକୁ ଜବତ କରି ବ୍ୟବଚ୍ଛେନ ପାଇଁ ପଠାଇଛି ପୋଲିସ । ପୂରା ମାମଲର ତଦନ୍ତ ଜାରି ରହିଛି ।