ବୀରମହାରାଜପୁର ବାଳକ ଉଚ୍ଚବିଦ୍ୟାଳୟରେ ସୁରଭି ଏବଂ ମୁରଶୁଣ୍ଢୀ ହାଇ ସ୍କୁଲରେ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ସୁରଭି ଏବଂ ମୁରଶୁଣ୍ଢୀ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ହୋଇଯାଇଛି l ବୀରମହାରାଜପୁର ଗୋଷ୍ଟି ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଆୟୋଜକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ , ମୁରଶୁଣ୍ଢୀ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ କାଳିଆ କର୍ମୀ , ଅମରପାଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା , ସୁବଳୟା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ହୋତା , ସି ଆର ସି ସି ରାଜକୁମାର ବାଦୀ , ଅଜିତ କୁମାର ନାଏକ, ମନୋଜ କୁମାର ଦାଶ ଙ୍କ ସମେତ ୨୮ ଗୋଟି ହାଇସ୍କୁଲ ର ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ l ଆସନ୍ତା ଅକ୍ଟୋବର ୨୭ ତାରିଖ ରେ ବ୍ଲକ ସ୍ତରୀୟ ସୁରଭି ବୀରମହାରାଜପୁର ଠାରେ ଏବଂ ନଭେମ୍ବର ୭ ତାରିଖ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ମୃଶୁଣ୍ଢୀ ହାଇସ୍କୁଲ ରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଅଭିଜ୍ଞ ବିଚାରକ ଙ୍କୁ ନେଇ ଛାତ୍ର ଛାତ୍ରୀ ଙ୍କୁ ଚୟନ କରାଯିବ ବୋଲି ଵି ଇ ଓ ଶାନ୍ତନୁ କୁମ୍ଭକାର ସୂଚନା ପ୍ରଦାନ କରିଛନ୍ତି l