Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମୃତ ଭାରତ ଷ୍ଟେସନ’ ଯୋଜନାରେ ୧୨ କୋଟି ଟଙ୍କା ବ୍ୟୟରେ ପାରଳାଖେମୁଣ୍ଡି ରେଳଷ୍ଟେସନ ଆଧୁନିକକରଣ

ପାରଳାଖେମୁଣ୍ଡି:୨୬/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଅମୃତ ଭାରତ ରେଳଷ୍ଟେସନ’ ପୁନଃବିକାଶ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୫୫୪ଟି ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି। ଆଭାସି ଜରିଆରେ ଓଡ଼ିଶାରେ ୨୧ଟି ଷ୍ଟେସନର ନବୀକରଣ ଓ ୫୦ରୁ ଅଧିକ ଓଭରବ୍ରିଜର ଶିଳାନ୍ୟାସ କରିଥିବା ବେଳେ ସେଥିମଧ୍ୟରୁ ପାରଳାଖେମୁଣ୍ଡି ରେଳଷ୍ଟେସନକୁ ପ୍ରାୟ ୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ନବୀକରଣ କରାଯାଉଛି। ଏଥିରେ ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ପାରଳାଖେମୁଣ୍ଡି ଷ୍ଟେସନ ଆନ୍ଧ୍ରପ୍ରଦେଶ ସୀମା ନିକଟ ମହେନ୍ଦ୍ରତନୟା ନଦୀ କୂଳରେ ଅବସ୍ଥିତ। ଏହି ସହର ରାଜ୍ୟ ରାଜପଥ ୪ ଏବଂ ଜାତୀୟ ରାଜପଥ ୩୨୬ (ଏ) ମାଧ୍ୟମରେ ସଂଯୋଗୀକରଣ ହୋଇଛି. ଯାହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ପ୍ରମୁଖ ଅଞ୍ଚଳକୁ ସଂଯୋଗ କରୁଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଗୁଣପୁର ଠାରୁ ନୌପଡ଼ା ପର୍ଯ୍ୟନ୍ତ ୯୦ କିଲୋମିଟର ଦୈର୍ଘ୍ୟ ବ୍ରଡଗେଜ୍ ରେଳଲାଇନ ଦ୍ବାରା ରେଳ ସଂଯୋଗ ସୁବିଧା କରାଯାଇଛି। ଯାହା ଆଞ୍ଚଳିକ ପରିବହନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି. ପାରଳାଖେମୁଣ୍ଡି ରେଳଷ୍ଟେସନ ପାଇଁ ପ୍ରସ୍ତାବିତ ବିକାଶ ଯୋଜନାରେ ଏହି ନୂତନ ଷ୍ଟେସନ୍ ବିଲଡିଂକୁ ୭୨ ବର୍ଗମିଟର ବିଶିଷ୍ଟ ବାଣିଜ୍ୟିକ କ୍ଷେତ୍ର ସହିତ ୧୩୭୫ ବର୍ଗମିଟର କ୍ଷେତ୍ରରେ ନିର୍ମାଣ, ପ୍ଲାଟଫର୍ମ ୧ ଏବଂ ୨ ମଧ୍ୟରେ ଯାତାୟାତ ପାଇଁ ୧୨ ମିଟର ଚଉଡ଼ା ଫୁଟ ଓଭରବ୍ରିଜ୍ ନିର୍ମାଣ, ୧୪,୩୨୬.୯ ବର୍ଗମିଟର ବିସ୍ତୃତ ଚଳପ୍ରଚଳ କ୍ଷେତ୍ରର ଉନ୍ନତୀକରଣ, ୨୭୧୧.୯ ବର୍ଗମିଟର ବିଶିଷ୍ଟ ଏକ ସୁଚିନ୍ତିତ ପାକିଂ କ୍ଷେତ୍ର, ବଦ୍ଧିତ ଆଧୁନିକୀକରଣ ପାଇଁ ବର୍ତ୍ତମାନର ପ୍ଲାଟଫର୍ମଗୁଡିକୁ ଉଚ୍ଚସ୍ତରକୁ ବୃଦ୍ଧି କରିବା, ସମୁଦାୟ ୮ ଟି ପ୍ଲାଟଫର୍ମ ୱେ (ଆଶ୍ରୟସ୍ଥଳ) ନିର୍ମାଣ ( ପ୍ଲାଟଫର୍ମ ୧ରେ ୬ଟି ଏବଂ ପ୍ଲାଟଫର୍ମ ୨ରେ ୨ ଟି ୱେ), ପ୍ରିମିୟମ୍ ଲଞ୍ଜ (୬୪ ବର୍ଗମିଟର), ଉଚ୍ଚଶ୍ରେଣୀ ପ୍ରତୀକ୍ଷା କକ୍ଷ (୩୬ ବର୍ଗମିଟର) ଏବଂ ଦ୍ବିତୀୟଶ୍ରେଣୀ ପ୍ରତୀକ୍ଷା କକ୍ଷ (୪୮ ବର୍ଗମିଟର), ଏକ ନୂତନ ପ୍ରିମିୟମ୍ ଟିଏଲେଟ୍‌ ବ୍ଲକ୍ (୧୦୪ ବର୍ଗମିଟର) ଓ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କ୍ଷେତ୍ରରେ ପ୍ରାୟ ୮୦% ଅଗ୍ରଗତି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା l ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।