Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BJP Rajya Sabha List: ରାଜ୍ୟସଭା ପ୍ରାର୍ଥୀ ପାଇଁ BJPର ତାଲିକାରୁ ବାଦ ପଡ଼ିଲେ ହରଦୀପ ସିଂହ ପୁରୀ!

ନୂଆଦିଲ୍ଲୀ: ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (BJP) ସୋମବାର ଉତ୍ତରପ୍ରଦେଶର ୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ଏହି ତାଲିକାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନାଁ ନଥିବା ନେଇ ଚର୍ଚ୍ଚା ବଢ଼ିଛି। ପୁରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବାକୁ ଥିବା ବେଳେ, ଦଳ ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିନାହିଁ।

ବିଜେପି ଉତ୍ତରପ୍ରଦେଶର ୮ଟି ଆସନ ପାଇଁ ଧର୍ମପାଲ ସିଂହ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀକୃଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂହ ରାୱତ, ରାମ ପ୍ରତାପ ସିଂହ ଚୌହାନ ଓ ଶ୍ରୁତି ଗଙ୍ଗୱାରଙ୍କୁ ପ୍ରାର୍ଥୀ କରିଛି। ତେବେ ଏହା ପୂର୍ବରୁ ଉତ୍ତରପ୍ରଦେଶ ବିଜେପି ପକ୍ଷରୁ କେନ୍ଦ୍ରୀୟ ନେତୃତ୍ୱକୁ ପଠାଯାଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ହରଦୀପ ସିଂହ ପୁରୀଙ୍କ ନାଁ ରହିଥିଲା। ଏବେ ଅନ୍ତିମ ତାଲିକାରୁ ତାଙ୍କ ନାଁ ବାଦ ପଡ଼ିଛି।

ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ହେବ। ଏଥିରୁ ୮ଟି ଆସନରେ ବିଜେପିର ବିଜୟ ସମ୍ଭାବନା ରହିଥିବା ରାଜନୈତିକ ଗଣିତରୁ ଜଣାପଡ଼ୁଛି। ପୁରୀଙ୍କ ନାଁ ତାଲିକାରେ ନଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ