Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ବ୍ଲକ ସ୍ତରୀୟ ଖାଦ୍ୟମେଳା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମିଶନ ଶକ୍ତି ଭବନରେ ଜିଲ୍ଲା କୃଷି ଅଧିକାରୀ ଓ ଗ୍ଲୋବାଲ ଗ୍ରୀନ୍ ମିଳିତ ଆନୁକୁଲ୍ୟରେ ଶ୍ରୀ ଅନ୍ନ ଯୋଜନା ରେ ବ୍ଲକ ସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି I ପାରମ୍ପରିକ ଖାଦ୍ୟ ଆଜିକାଲି ଆଧୁନିକ ଖାଦ୍ୟ ପାଇଁ ଲୁକକାୟିତ ହୋଇଯାଇଥିବାରୁ ପାରମ୍ପରିକ ଖାଦ୍ୟ ର ପ୍ରଚାର ପ୍ରସାର ପାଇଁ ଖାଦ୍ୟ ମେଳାରେ ଆୟୋଜିତ ହୋଇଥିଲା I ଏହି ପାରମ୍ପରିକ ଖାଦ୍ୟ ସ୍ୱାସ୍ଥ୍ୟ ଉପଯୋଗୀ ବୋଲି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭବାନୀ ଶଙ୍କର ମେହେର , ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରିୟ ଦର୍ଶିନୀ ମିର୍ଦ୍ଧା , ସ୍କିମ୍ ଅଧିକାରୀ ସୌମ୍ୟରଞ୍ଜନ ପଧାନ , ସହକାରୀ କୃଷି ଅଧିକାରୀ ଯଶୋବନ୍ତ ପଧାନ , ବିଧାୟକ ପ୍ରତିନିଧି ବେଣୁଧର ଦାସ , ବ୍ଲକ ମିଶନ ଶକ୍ତି ଅଧିକାରୀ ଶାନ୍ତନୁ କୁମାର ମେହେର ପ୍ରମୁଖ ଯୋଗଦେଇ ଥିଲେ l ମାଣ୍ଡିଆ , ବlଜରl , ଜବ , କାଜୁ ସହିତ ବିଭିନ୍ନ ପନିପରିବା , ଖାଦ୍ୟଶସ୍ୟ ବିଷୟରେ ଉପସ୍ଥିତ ଅତିଥି ମାନେ ଅବଗତ କରାଇଥିଲେ I ଖାଦ୍ୟ ମେଳାକୁ ବିଶ୍ଵେଶ ଶତପଥୀ , ସୁଧାଂଶୁ ନାଗ ପ୍ରମୁଖ ପରିଚାଳନା କରିଥିଲେ I