Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସୋନପୁରରେ କମାଲ ଦେଖାଇବେ ବଲିଉଡ କଣ୍ଠଶିଳ୍ପୀ ସାରିକା ସିଂ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସହର ଘୋଡାଘାଟପଡାର ୫୪ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଇନ୍ଦୋର ରୁ ଆସିଥିବା ପ୍ରଖ୍ୟାତ ବଲିଉଡ କଣ୍ଠଶିଳ୍ପୀ ତଥା ଜିଟ୍ ଏବଂ ଗଜଲ୍ସର ଅଲ୍ ଇଣ୍ଡିଆ ରେଡିଓ ଏବଂ ସା ରେ ଗା ମା ପା ର ୨୦୦୭ ଫାଇନାଲିଷ୍ଟ ସାରିକା ସିଂ ମେଲୋଡି କାର୍ଯକ୍ରମ ଆଜି ରବିବାର ଦିବା ୧୦ଟା ରୁ ଅପରାହ୍ନ ଯାଏଁ ସ୍ଥାନୀୟ କଲେଜ ପଡିଆରେ ହେବା ନେଇ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସାରିକା ହିନ୍ଦୀ ଭାଷା ସହ ଓଡ଼ିଆ, ଗୁଜୁରାତି, ବେଙ୍ଗଲୀ, ତେଲୁଗୁ, ପଞ୍ଜାବୀ ଇତ୍ୟାଦି ବିଭିନ୍ନ ଭାଷାରେ ଗୀତ ଗାଇ ବେଶ ସୁନାମ ଅର୍ଜନ କରିଛନ୍ତି। ଗତକାଲି ଶନିବାର ସନ୍ଧ୍ୟାରେ ହେବାକୁ ଥିବା କାର୍ଯକ୍ରମ ପାଇଁ କଲେଜ ପଡିଆରେ ସୁବନ୍ଦୋବସ୍ତ କରାଯାଇଥିଲା ବେଳେ ଆସ୍ତେ ଆସ୍ତେ ଜନଗହଳି ହେଉଥିବା ବେଳେ ଝିପଝିପି ବର୍ଷା ଯୋଗୁଁ ଲୋକେ ପୁଣି ଫେରୁଥିବା ଦେଖିବାକୁ ମିଳିଥିଲା। ପରେ କାର୍ଯକ୍ରମ ସ୍ତଗିତ ରଖାଯାଇଥିବା ବେଳେ ପୂଜା କମିଟି ପକ୍ଷରୁ ସୂଚନା ଦିଆଯିବା ସହ ଦୁଃଖ ପ୍ରକାଶ କରାଯାଇଥିଲା।