ସୁବଳୟା କଲେଜରେ ନିଶାଯୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ନିଶାମୁକ୍ତ ଭାରତ ଅଭିଯାନ ଶନିବାର ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ରେ ନିଶାମୁକ୍ତ ସମ୍ପର୍କିତ ଓଡ଼ିଆ ରଚନା , ତର୍କ ଓ ଚିତ୍ରlଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ । ଅପରାହ୍ନରେ କଲେଜ ଅଧକ୍ଷ ଭୋଳାନାଥ କର୍ମୀ ଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟପକ ଦେବାଶିଷ ପଧାନ ସଭା ର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଏହି ସଭା ରେ ସଞ୍ଜୟ କୁମାର ମେଣ୍ଡିଲି , ମିତା ପଧାନ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ଅଧ୍ୟାପିକା ପ୍ରଜ୍ଞା କଳ୍ପିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତା କୃତ୍ୟକାର୍ଯ୍ୟ ହୋଇଥିଵା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଦିଲୀପ କୁମାର ମେହେର , ଗୋପାଳ ଭୋଇ ଶମ୍ଭୁ ପ୍ରସାଦ ସାହୁ , ହରିହର ସାହୁ ପ୍ରମୁଖ ସହଯୋଗ କରିଥିଲେ ।