ସହିଦ ବିଭୀଷଣ ସ୍ମାରକୀ କ୍ରିକେଟ୍ ଟୁଣ୍ଣାମେଣ୍ଟ ର ଫାଇନାଲ ଖେଳ ଖେଳିବେ ବୌଦ୍ଧ ଓ ସୋନପୁର ଦଳ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଳା ପଞ୍ଚାୟତ ଅନ୍ତର୍ଗତ ପଣ୍ଡିଆପାଲି ଠାରେ ଆୟୋଜିତ ୧୫ତମ ସହିଦ ବିଭୀଷଣ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ପ୍ରଥମ ସେମିରେ ବରପାଲିର କୁନୁ-୧୧ ଓ ବୌଦ୍ଧର ମେହେର ସୁପର ଷ୍ଟାର ମଧ୍ୟରେ ମୁକାବିଲା ହୋଇଥିଲା । କୁନୁ-୧୧ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୬ ୱିକେଟ ହରାଇ ୮୩ ରନ ସଂଗ୍ରହ କରିଥିଲା । ଜବାବରେ ମେହେର ସୁପର ଷ୍ଟାର ଦକ ୫.୧ ଓଭରରେ ୧ ୱିକେଟ ହରାଇ ୮୪ ରନ କରି ମ୍ୟାଚ୍ ଜିଣି ଫାଇନାଲରେ ପ୍ରବେଶ କରିଥିଲା । ଏଥିରେ ରାକେଶ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଦ୍ଵିତୀୟ ସେମିଫାଇନାଲରେ ସୋନପୁରର ଡ୍ରିମ୍-୧୧ ଦଳ ଓ ମହଦା ପଞ୍ଚାୟତ ମଧ୍ୟରେ ମୁକାବିଲା ହୋଇଥିଲା । ଡ୍ରିମ୍-୧୧ ଦଳ ୧୦ ଓଭରରେ ୧୦ ୱିକେଟ ହରାଇ ୮୬ ରନ କରିଥିଲା । ଜବାବରେ ମହଦା ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୬୪ ରନ କରିବା ସହ ପରାଜିତ ହୋଇଥିଲା । ଏଥିରେ କିରଣ ଖାନ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ବୀରମହାରାଜପୁର ବ୍ଲକ ଏପିଓ ସମିତ ମହାକୁର ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ଅରବିନ୍ଦ ଛତ୍ରିଆ ଅତିଥି ଭାବେ ଯୋଗ ଦେଇଥିଲେ । ରଘୁବୀର ମିଶ୍ର ଓ ସୁରେଶ ବିଶି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । କୁମାର ସ୍କୋରର କାର୍ଯ୍ୟ ତୁଳାଇଥିବା ବେଳେ ରିଙ୍କୁ ଧାରା ବିବରଣୀ ପ୍ରଦାନ କରିଥିଲେ । ବୌଦ୍ଧର ମେହେର ସୁପର ଷ୍ଟାର ଓ ସୋନପୁରର ଡ୍ରିମ୍-୧୧ ମଧ୍ୟରେ ଫାଇନାଲ ମୁକାବିଲା ହେବାର କାର୍ଯ୍ୟକ୍ରମ ରହିଛି ।