ବୀରମହାରାଜପୁର ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ର ଉଦଘାଟନୀ ଉତ୍ସବ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନଙ୍କ ବିଶାଳ ରାଲି ସହର ପରିକ୍ରମା କରିଥିଲା । ଏହି ରାଲିରେ ଅଧ୍ୟାପକ ବିଜୟ କୁମାର ପୁରୋହିତ, ପ୍ରକାଶ କୁମାର ସେଠ, ସଞ୍ଜୟ କୁମାର ପଧାନ , ପ୍ରଭାତ ପୁରୋହିତ , ଡ. ଶିଶିର ବଣିଆ , ଅଧ୍ୟାପିକା ଯାମିନୀ ଦାସ , ଡ. ବନ୍ଦିତା ବିଶ୍ୱାଳ , ହରପ୍ରିୟା ମହାପାତ୍ର, ମାଳତୀ ନାୟକ , ନିତା ରାଣୀ ପଧାନ , ସୁପ୍ରଭା ନନ୍ଦ , ନରେନ୍ଦ୍ର ଝା , ପ୍ରଭାତ ପୁରୋହିତ, ମାଧବ ପଧାନ, ଜିତେନ୍ଦ୍ର ସାହୁ , ବଳରାମ ଶତପଥି , ସୁନୀଲ କୁମାର ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ l ଅଣଶିକ୍ଷା କର୍ମଚାରୀ ମାନଙ୍କ ମଧ୍ଯରେ ନେତ୍ରାନନ୍ଦ ସାହୁ, ଜଗଦିଶ ସାହୁ , ବରୁଣ କଲତା , ଶ୍ରୀରାମ ଦେହୁରୀ , ନବୀନ ଖଣ୍ଡାୟତ ପ୍ରମୁଖ ସାମିଲ ଥିଲେ । ଏହାପରେ ଅଧ୍ୟକ୍ଷ ଡ. ପାଢୀଙ୍କ ନେତୃତ୍ୱରେ ଅଧ୍ୟାପିକା ଓ କର୍ମଚାରୀ ମାନେ ଦୁର୍ନୀତିରେ ଲିପ୍ତ ନରହିବା ପାଇଁ ଶପଥ ନେଇଥିଲେ । ଏହି ଅବସରରେ ଅଧ୍ୟାପକ ବିଜୟ କୁମାର ପୁରୋହିତ , ଅଧ୍ୟାପକ ଶିବ କୁମାର ପୁରୋହିତ, ଅଧ୍ୟାପିକା ଯାମିନୀ ଦାଶ ପ୍ରମୁଖ ମଞ୍ଚାସୀନ ହୋଇ ବିଷୟ ଭିତ୍ତିକ ବକ୍ତବ୍ୟ ରଖିଥିଲେ । ଡ. ବନ୍ଦିତା ବିଶ୍ୱାଳ ସଭା ସଂଯୋଜନା କରିବା ସହିତ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅଧ୍ୟାପିକା ସୁପ୍ରଭା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।