ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ଅନ୍ତର୍ଗତ ଜଟେସିଂହା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ବିଶ୍ଵ ଷ୍ଟ୍ରୋକ ଦିବସ ପାଳିତ ହୋଇଯାଇଛି I ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଜ୍ଞାପାରମିତା ହୋତା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଯୋଗାଚାର୍ଯ୍ୟ ଡ. ଦ୍ଵିତିକୃଷ୍ଣ ପଣ୍ଡା , ସମ୍ପୃକ୍ତ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଯୁକ୍ତା ସାହୁ , ଆଶାକର୍ମୀ ଗୀତାଞ୍ଜଳି ଭୋଇ , ଭାନୁମତି ସାହୁ , ଗୀତାଞ୍ଜଳି ସେଠି , ଅନୁସୂୟା ମଲ୍ଲିକ , ଶୁଣନ୍ତି ସାହୁ , ଗୀତାଞ୍ଜଳି ଜଗଦଲl , ପୁଷ୍ପା ପଧାନ , ଝୁନୁ ଖମାରି , ପୂର୍ଣ୍ଣମାସୀ ଭୋଇ ପ୍ରମୂଖ ଙ୍କ ସହିତ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ଥିଲେ I ସଚେତନତା ର ଅଭାବରୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରୁଛନ୍ତି l ଏଣୁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଏବଂ ଏହାକୁ ବନ୍ଦ କରିବା ପାଇଁ ଅକ୍ଟୋବର 29 ତାରିଖ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି I ସରକାରୀ ଡାକ୍ତରଖାନା ମାନଙ୍କରେ ବିନା ମୂଲ୍ୟରେ ସିଟି ସ୍କାନ , ଏମ୍ ଆର୍ ଆଇ ଆଦି ଉପଲବ୍ଧ I ଏଥି ସହିତ ଖାଇବାରେ ଲୁଣ କମ୍ କରିବା , ଅଧିକ ତନ୍ତୁଯୁକ୍ତ ଖାଦ୍ୟ , କମ୍ ଚର୍ବି ଯୁକ୍ତ ଖାଇ ରକ୍ତ ଚାପ କୁ ନିୟନ୍ତ୍ରଣରେ ରଖିବା ଆଦି ପରାମର୍ଶ ଦେଇଥିଲେ I ଧୂମ୍ରପାନ ବର୍ଜନ , ନିୟମିତ ଯୋଗ, ପ୍ରାଣାୟାମ , ବ୍ୟାୟମ ଆଦି ଅଭ୍ୟାସ କରିବା ଦ୍ବାରା ଷ୍ଟ୍ରୋକ କୁ ଏଡ଼ାଇ ଦିଆଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ I