Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଣ ପଡ଼ି ଜଳିଲା ଘର, ଜୀବନ୍ତ ଦଗ୍ଧ ହୋଇଗଲେ ୩ ଶିଶୁ

କୋଲକାତା: ପଶ୍ଚିମବଙ୍ଗ ହାଓ୍ବଡା ଓଲବେରିୟା ଅଞ୍ଚଳରେ ଦୀପାବଳି ପାଳନ ବେଳେ ଅଘଟଣ । ବାଣ ନିଆଁରେ ଏକ ଘର ଜଳିଯିବା ସହ ସେଥିରେ ଥିବା ତିନି ଶିଶୁ ଜଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘଟଣାରେ ଜଣେ ମହିଳା ଓ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି ।

ପୋଲିସ୍‌ ସୂଚନା ଅନୁଯାୟୀ, ଗତରାତିରେ ଓଲବେରିୟା ଅଞ୍ଚଳରେ ଦୀପବଳି ପାଳନ ହେଉଥିବା ବେଳେ ପିଲାମାନେ ବାଣ ଫୁଟାଉଥିଲେ । ଏହି ସମୟରେ କିଛି ନିଆଁ ଝାସ ପାଖରେ ଥିବା କିଛି ବାଣ ଉପରେ ପଡ଼ିଯାଇଥିଲା । ଫଳରେ ସେଠାରେ ହୁତୁହୁତୁ ହୋଇ ନିଆଁ ଜଳିବାକୁ ଲାଗିଲା । ଆଉ ପାଖରେ ଥିବା ଏକ ଘର ନିଆଁ କବଳକୁ ଆସି ଯାଇଥିବା ବେଳେ ତା’ ଭିତରେ ଥିବା ୩ ପିଲା ଘରୁ ବାହାରି ପାରି ନଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା ସହ ଘରୁ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସେମାନଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଘଟଣରେ ଗୁରୁତର ଜଣେ ମହିଳା ଓ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।