Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଫୁଲା କାଳିପୂଜାର ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉଫୁଲା ଠାରେ ସ୍ଥାନୀୟ ଯୁବଶକ୍ତି କ୍ଲବ ଆନୁକୂଲ୍ୟରେ ଆୟୋଜିତ ୪୧ତମ ଶ୍ୟାମାକାଳୀ ପୂଜାର ଭସାଣୀ ଶୋଭାଯାତ୍ରା ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଭସାଣୀ ଯାତ୍ରା ସମୟରେ ପାରମ୍ପାରିକ ଢୋଲ, ନିଶାନ ଓ ମହୁରୀ ବାଦ୍ୟ ସାଙ୍ଗକୁ ଆଦିବାସୀ ନୃତ୍ୟ ଓ ଦୁଲଦୁଲି ବାଦ୍ୟ ପରିବେଷିତ ହୋଇଥିଲା । ଯାତ୍ରା ଗ୍ରାମରୁ ବାହାରି ବୀରମହାରାଜପୁର ମୁଖ୍ୟ ଛକ ଦେଇ ଚକାବର ସ୍ଥିତ ରଜାବନ୍ଧ ଯାଏ ପହଞ୍ଚି ଥିଲା । ଗୁରୁବାର ଭବ୍ୟ କଳସ ଶୋଭାଯାତ୍ରା ସହ ଆରମ୍ଭ ହୋଇଥିବା ପୂଜା ଅବସରରେ ସନ୍ଧ୍ୟାରେ ନିଶା ପୂଜା, ଶୁକ୍ରବାର ଦଣ୍ଡ ନୃତ୍ୟ ତଥା ଶନିବାର ମୁଣ୍ଡୋମହୁଲ ଓ ଡଭଲା ଗ୍ରାମର କଳାକାରଙ୍କ ଦ୍ବାରା ସଙ୍କୀର୍ତ୍ତନ ବୈଠକି ଅନୁଷ୍ଠିତ ହୋଇଥିଲା । ଏଥିସହ ବିଭିନ୍ନ କଳାକାରମାନେ ହନୁମାନ ଓ ଶିବ ଆଦି ବେଶରେ ସଜ୍ଜିତ ହୋଇଥିଲେ । କ୍ଲବର ଉପଦେଷ୍ଟା ଦିଲ୍ଲିପ ଡ଼ାଙ୍ଗ ଓ ଗୁପ୍ତେଶ୍ୱର ପଧାନ, ସଭାପତି ପ୍ରଫୁଲ୍ଲ ଡ଼ାଙ୍ଗ ଓ ସମ୍ପାଦକ ଗୋପୀନାଥ କର୍ଣ୍ଣଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ ।