ଦୂରଦୂରl ମହାନଦୀ ଘାଟରୁ ବାଲି ଚୋରାଚାଲାଣ ଅଭିଯୋଗ ରେ ଥାନାରେ ମାମଲା ଏବଂ 4 ହାଇୱl ଜବତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ ଅନ୍ତର୍ଗତ ପିତାମହୁଲ ପଞ୍ଚୟତ ଅନ୍ତର୍ଗତ ଦୁରଦୁରା ମହାନଦୀ ଘାଟରୁ ବିଳମ୍ବିତ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିଲା । ଏନେଇ ସୁବଳୟା ପୁଲିସ ଘଟଣାର ସ୍ଥଳରେ ପହଞ୍ଚି ୪ ହୱା ଜବତ କରିବା ସହ ବାଲି ଉଠାଣ କୁ ବନ୍ଦ କରିଥିଲା । ଫଳରେ ଶରତ ପ୍ରଧାନ ଓ ବାଲି ଟେଣ୍ଡର ପାଇଥିବା ରଞ୍ଜିତ ଜେନା ଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏଥିରେ ଜେନା ଙ୍କୁ ହତ୍ୟା ଧମକ ଦେବା ସଙ୍ଗେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ବେଳେ ତାଙ୍କ ବେକରୁ ସୁନା ଚେନ ସହ ନଗଦ ୭୫୪୦ ଟଙ୍କା ନେଇ ଥିବା ସୁବଳୟା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ସୁବଳୟା ଥାନା କେସ ନମ୍ବର ୨୩୨ ରେ ଏକ ମାମଲା ରୁଜୁ ହୋଇଛି । ଶ୍ରୀ ଜେନାଙ୍କ କହିବା ଅନୁଯାୟୀ , ସ୍ଥାନୀୟ ପୁଲିସକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ ।‌ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଉକ୍ତ ସ୍ଥାନରେ ପହଞ୍ଚି ବାଲି ଚୋରାଚାଲାଣ ବନ୍ଦ କରିଥିଲେ , କିନ୍ତୁ ଜବତ ହୋଇଥିବା ସମସ୍ତ ଗାଡି ଛାଡ଼ିଦେଇ ଥିଲେ । ଫଳରେ ବାଧ୍ୟ ହୋଇ ଶ୍ରୀଜେନା ସ୍ଥାନୀୟ ବିଧାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏସପି ଙ୍କ ନିର୍ଦ୍ଦେଶନକ୍ରମେ ତୁରନ୍ତ ଥାନା ଅଧିକାରୀ ସମସ୍ତ ଗାଡି ଜବତ କରି ଥାନା କୁ ଆଣିଥିଲେ । ଦୀର୍ଘ ଦୁଇ ଦିନ ପରେ କେସ ପଞ୍ଜିକରଣ କରିଥିଲେ । ତୁରନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଓ ଖଣି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେଇ ସମାଧାନ କରିବାକୁ ଦାବି ହେଉଛି ।