ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟlପୀଠ ଠାରେ ବିରମହlରାଜପୁର ଓ ଉଲୁଣ୍ଡା ବ୍ଲକ୍ର ସମସ୍ତ ଜୁନିଅର ରେଡ୍କ୍ରସ୍ ପରାମର୍ଶଦାତାଙ୍କର ଏକ କର୍ମଶାଳା ଆୟୋଜିତ ହୋଇଛି । ଜିଲ୍ଲା ରେଡ୍କ୍ରସ୍ ଅଧିକାରୀ ରବିଚନ୍ଦ୍ର ପଶାୟତଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଚ୍ଚ ବିଦ୍ୟାପିଠ କେନଝରିଆପାଲି ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ବିରମହରାଜପୁର ଏଵିଇଓ ବlର୍ଣ୍ଣl ଡୁଙ୍ଗଡୁଙ୍ଗ , ଗଣପତି ଆଦର୍ଶ ଶିକ୍ଷା ନିକେତନ ପ୍ରଧାନ ଶିକ୍ଷକ ଶାନ୍ତନୁ ମହାକୁର , ବରିଷ୍ଠ ତାଲିମ ଦାତା ବଳରାମ ପୁରୋହିତ , ଚନ୍ଦ୍ରମଣି ବାଘ , ହୃଷିକେଶ ଚାନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସ୍ୱlଗତ ଭାଷଣ ଦେଇଥିଲେ I ଆୟୋଜିତ କାର୍ଯ୍ଯକ୍ରମରେ ପ୍ରାଥମିକ ଚିକିତ୍ସା , ରକ୍ଷକ , ଏଚ୍ଆଇଭି ଏଡ୍ସ ରେଡ୍କ୍ରସ୍ ଡାଟାବେସ୍ ତଥା ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଜୁନିଅର ରେଡ୍କ୍ରସ୍ର ଶିକ୍ଷା ଓ ତାଲିମ କର୍ମଶାଳା ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଉଭୟ ବ୍ଲକ ର ମୋଟ ୫୩ ଜଣ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଯୋଗ ଦେଇଥିଲେ l ବ୍ଲକ ସ୍ତରୀୟ ତାଲିମ ଦାତା ଭାବେ ବୈକୁଣ୍ଠ ନାୟକ, ନିଗମାନନ୍ଦ ଦେହୁରୀ , ମୁନୁ ସାହୁ , ପ୍ରହଲ୍ଲାଦ ନାଏକ ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ରେ ପ୍ରମୋଦ ପାତ୍ର , ଜଗଦିଶ ପଧାନ , ମୀନକେତନ ରଣା , ସତ୍ୟନାରାୟଣ ରାଜହଂସ , ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପଧାନ , ସିଦ୍ଧେଶ୍ୱର ମେଣ୍ଡିଲି , ସରୋଜ ଭୁକ୍ତା ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଜୀବର୍ଧନ ରଣା ଧନ୍ୟବାଦ ଅର୍ପଣ ଦେଇଥିଲେ ।