ବଡମାଳ ଗ୍ରାମର ସରକାରୀ ଜମି ରୁ ଜବର ଦଖଲକlରି ଙ୍କୁ ହଟାଇବା ଦାବିରେ ତହସିଲ କାର୍ଯ୍ୟାଳୟ ରେ ଧାରଣାରେ ବସିଲେ ବହୁ ମହିଳା ଓ ପୁରୁଷ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବଡମାଲ ଗ୍ରାମରେ ସରକାରୀ ଜମିକୁ ଜବରଦଖଲ ଉଚ୍ଛେଦ ପାଇଁ ମଙ୍ଗଳବାର ଗ୍ରାମର ମହିଳା ଗୋଷ୍ଠୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଗ୍ରାମର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଜମି, ଗୋଚର ଜମି , ଗ୍ରାମ୍ୟ ରାସ୍ତା କୁ ଗାଁ କିଛି ବ୍ୟକ୍ତି ନିଜ ଜବରଦଖଲ ରେ ରଖିଥିବା ଦାବି ପତ୍ର ରେ ଉଲ୍ଲେଖ ରହିଛି । ଏହି ସମସ୍ୟାକୁ ନେଇ ଗତବର୍ଷ ମଧ୍ୟ ତହସିଲଦାର ଙ୍କୁ ଗ୍ରାମବାସୀ ମାନେ ଦାବି ପତ୍ର ଦେଇଥିଲେ । ହେଲେ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମ୍ୟ ରାସ୍ତା ଜବରଦଖଲ ହୋଇଥିବାରୁ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି l ଯଥାଶିଘ୍ର ଜବର ଦଖଲକାରୀ ଙ୍କୁ ଉକ୍ତ ସରକାରୀ ଜମିରୁ ହଟାଇବାକୁ ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି l ଧାରଣା ରେ ଗ୍ରାମର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।