Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଢିଲା ଗାଁ ରେ ଚାରିଗ୍ରନ୍ଥ ଓ ଅଷ୍ଟାଦଶ ପୂରଣ ପାଠ କଲେ 550 ନିମନ୍ତ୍ରିତ ବ୍ରାହ୍ମଣ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବଢିଲା ଗ୍ରାମରେ ଚାରି ଗ୍ରନ୍ଥ ସାଙ୍ଗକୁ ଅଷ୍ଟାଦଶ ପୂରାଣ ପାଠ ପଠନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ଏଥିରେ ସମୁଦାୟ 550 ଜଣ ବ୍ରାହ୍ମଣ ଙ୍କୁ ନିମନ୍ତ୍ରଣ କରାଯାଇ ପୂରାଣ ପାଠ ସାଙ୍ଗକୁ ବିଷ୍ନୁ ସହସ୍ରନାମ , ଗୋପାଳ ସହସ୍ର ନାମ , ହନୁମାନ ଚାଳିଶା , ଶ୍ରୀମଭାଗବତ ଗୀତା ଆଦି ପଠନ କରାଯାଇଛି I ପଠନ କାର୍ଯ୍ୟକ୍ରମରେ ବିନିକା , ଉଲୁଣ୍ଡା , ବୀରମହାରାଜପୁର ଓ ସୋନପୁର ଆଦି ଅଞ୍ଚଳରୁ ବ୍ରାହ୍ମଣ ମାନେ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ର ଆୟୋଜନ ତଥା କର୍ତ୍ତା ସୁଧାଂଶୁ ଶେଖର ପାଢୀ ସପତ୍ନିକ ବ୍ରାହ୍ମଣ ମାନଙ୍କୁ ଫୁଲ ଚନ୍ଦନ ଅର୍ପଣ ପୂର୍ବକ ପାଦ ଧୌତ କରି ମଣ୍ଡପରେ ଆସୀନ କରାଇଥିଲେ I ପୁରୀ ରାମଜୀ ମଠ ର ମହନ୍ତ ବଂଶୀଧର ଦାସଜୀ ମହାରାଜ ଙ୍କ ଓଁକାର ନାଦବ୍ରହ୍ମ ପରେ ଏକ ସମୟରେ ଗ୍ରନ୍ଥ ପାଠ ଆରମ୍ଭ କରାଯାଇଥିଲା l ଯଜ୍ଞ ମଣ୍ଡପରେ ହବନ କାର୍ଯ୍ୟକ୍ରମ ରାଜୀବ ପଣ୍ଡା ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା l