Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ବ୍ରିଜ୍ ଭୂଷଣ; କହିଲେ ଏହା କୁସ୍ତିଯୋଦ୍ଧାଙ୍କ ଧାରଣା ନୁହେଁ ଏକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଆଜି ସପ୍ତମ ଦିନରେ ପହଞ୍ଚିଛି କୁସ୍ତିଯୋଦ୍ଧାଙ୍କ ଧର୍ମଘଟ। ଗତକାଲି ବ୍ରିଜ୍ ଭୂଷଣଙ୍କ ନାଁରେ ୨ଟି ମାମଲା ରୁଜୁ ହୋଇଥିଲା। ତେବେ ନିଜ ବିରୋଧର ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ରିଜ୍ ଭୂଷଣ । ସେ ଏହାକୁ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି। ତାଙ୍କ ଉପରେ ଲାଗିଥିବା ଆରୋପ ଭିତ୍ତିହୀନ ବୋଲି ସେ କହିଛନ୍ତି । ଖେଳାଳିମାନେ ଚଲାଇଥିବା ଏହା ଧାରଣା ନୁହେଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । ସେ ନିର୍ଦ୍ଦୋଷ ବୋଲି ନିଜ ସଫେଇରେ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରୁନଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁସ୍ତିଯୋଦ୍ଧା ।