Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିକାଶ କମିଟି ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଶୁକ୍ରବାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଜିଲ୍ଲାର ପ୍ରତ୍ୟେକ ବିଭାଗ ମୁଖ୍ୟ ଅଧିକାରୀ ସହ ଅତିରିକ୍ତ ଜିଲ୍ଲାପାଳ , ପ୍ରକଳ୍ପ ନିର୍ଦେଶକ , ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ପ୍ରମୁଖ ଅଧିକାରୀ ମାନଙ୍କ ଉପସ୍ଥିତିରେ ବିଭାଗୀୟ ବିକାଶ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏଥିରେ ବିଜେପି ଜିଲ୍ଲାସାଧାରଣ ସମ୍ପାଦକ ବେଣୁଧର ଦାସ , ବରିଷ୍ଠ ଆଇନଜୀବି ସତ୍ୟବ୍ରତ ମିଶ୍ର , ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ସୁମନ୍ତ ଜଗଦଲା , ଏକଲବ୍ୟ ବେହେରା , ବିପିନ ପଣ୍ଡା , ବିଜୟ ମହାକୁର , ଅଶୋକ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।