Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଚମ୍ପେଶ୍ଵର ମନ୍ଦିରରେ ଏନ୍ ସି ସି କ୍ୟାଡ଼େଟ୍ ଙ୍କ ସଫେଇ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମୀତ୍ରି ମେହେର ) ବୀରମହାରାଜପୁର ନିକଟସ୍ଥ ଚମ୍ପେଶ୍ବର ମନ୍ଦିର ଠାରେ ଶନିବାର ସ୍ଥାନୀୟ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ୍ ମାନଙ୍କ ଦ୍ବାରା ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ କ୍ୟାପଟେନ୍ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ନେତୃତ୍ବରେ ପଚାଶ ଜଣ ଛାତ୍ରଛାତ୍ରୀ ମନ୍ଦିରର ଭିତର ଓ ବାହାର ପାର୍ଶ୍ବରେ ପଡ଼ିଥିବା ଆବର୍ଜନାକୁ ବାହାରକରି ପରିଷ୍କାର ପରିଚ୍ଛନ୍ନ କରିଥିଲେ । କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ. ହିଂମାଶୁ ଶେଖର ପାଢୀ ଓ ଭୁବନେଶ୍ଵରରେ ଅବସ୍ଥାପିତ ଗୁଇନ୍ଦା ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ବିଶ୍ବପତି ପଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମର ତଦାରଖ କରିଥିଲେ। କ୍ୟାଡେଟ୍ ମାନଙ୍କ ଏହିଭଳି କାର୍ଯ୍ୟ ପରବର୍ତ୍ତୀ ପିଢିକୁ ପ୍ରେରଣା ଯୋଗାଇବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ସୁନୀଲ କୁମାର ତ୍ରିପାଠୀ ଓ ପୂର୍ବତନ ଏନସିସି କ୍ୟାଡେଟ୍ ଚିନ୍ମୟ ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସରେ କ୍ୟାଡେଟ୍ ମାନଙ୍କ ଦ୍ବାରା ଏଭଳି ସଫେଇ କାର୍ଯ୍ୟକ୍ରମ ଏହି ମନ୍ଦିରରେ କରାଯାଇ ଆସୁଅଛି । ଛାତ୍ରଛାତ୍ରୀ ମାନଙ୍କ ଏହି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ