ଅମରପାଲି ହାଇସ୍କୁଲ ରେ ବ୍ଲକ ସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ମାସିକ ବୈଠକ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ରେ ୧୧ ତମ ବ୍ଲକ ସ୍ତରୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ମାସିକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସ୍ଥlନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପୌରୋହିତ୍ୟ ରେ ଆୟୋଜିତ ବୈଠକରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ , ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କାଳିଆ କର୍ମୀ , ଜଟେସିଂହା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତ୍ରିପୁରାରୀ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଅତିଥି ଙ୍କ ସମେତ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକ ଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ଵାଗତ କରାଯାଇଥିଲା। ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ପିତାମହୁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଜଗଦଲା ଗତ ମାସିକ ବୈଠକ ର ବିବରଣୀ ପ୍ରଦାନ କରିଥିଲେ। ବୈଠକ ରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ଉତ୍କର୍ଷ , ଆକାଂକ୍ଷା କାର୍ଯ୍ୟକ୍ରମ, ଖାନ ଏକାଡେମୀ ର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୪ , ପିଏମଶ୍ରୀ ସ୍କୁଲ ସମୀକ୍ଷା କାର୍ଯ୍ୟକ୍ରମ , ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଦର୍ଶନୀରେ ଉନ୍ନତି ପାଇଁ ପ୍ରସ୍ତୁତି , ମାଧ୍ୟମିକ ବିଦ୍ୟାଳୟ ରେ ଡିଜିଟାଲ ମୂଲ୍ୟବୋଧ , ଆୟୋଜକ ବିଦ୍ୟାଳୟ ପରିଦର୍ଶନ , ବିଦ୍ୟାଳୟ ମାନଙ୍କର ଡିଜିଟାଲ ମୂଲ୍ୟାଙ୍କନ ସମେତ ଅନ୍ୟାନ୍ୟ ବିଷୟ ରେ ଆଲୋଚନା ହୋଇଥିଲା । ବିଇଓ ଶ୍ରୀଯୁକ୍ତ କୁମ୍ଭକାର ମାଧ୍ୟମିକ ବିଦ୍ୟାଳୟରେ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ର ସମିକ୍ଷା କରିବା ସହିତ ସମସ୍ତ ଶିକ୍ଷଣ କାର୍ଯ୍ୟକୁ ଠିକ୍ ଭାବେ ଅନୂପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ଅବସର ରେ ଅମରପାଲି ହାଇସ୍କୁଲ ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବl ସହିତ ନବ ନିର୍ମିତ ବାଳିକା ସୌଚାଳୟ କୁ ଉଦଘାଟନ କରାଯାଇଥିଲା । ଶେଷରେ ପଦ୍ମନାଭ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକରେ ଥିବା ୨୦ ଗୋଟି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।