Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକଲ ଅଭିଯାନ ପକ୍ଷରୁ ଦିନିକିଆ କ୍ରୀଡ଼ା ପ୍ରତିଯୋଗିତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଏକଲ ଅଭିଯାନ ଫୁଲବାଣୀ ଅଞ୍ଚଳ ପକ୍ଷରୁ ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ଦିନିକିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିରରୁ ମଶାଲ ପ୍ରଜ୍ଜଳନ କରି ପଡିଆ ରେ ପହଞ୍ଚିବା ପରେ ମୁଖ୍ୟ ଅତିଥି ରାଜ କିଶୋର ସାହୁଙ୍କ ହସ୍ତରେ ଅର୍ପଣ ପୂର୍ବକ ସମିତି ସମ୍ପାଦକ ରାଜକିଶୋର ପାଢ଼ୀ ତଥା ସମସ୍ତଙ୍କ ଉପସ୍ଥିତିରେ ଉଦଘାଟନ କରି ଖେଳକୁଦ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଦୌଡ଼ ପ୍ରତିଯୋଗିତା, ଉଚ୍ଚ ଡିଆଁ , ଲମ୍ବଡିଆଁ , କବାଡି ଓ ଯୋଗାସନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମିତିର ସମସ୍ତ ପଦାଧିକାରୀ , କ୍ରୀଡ଼ା ଶିକ୍ଷକ ,ସଂଚାଳ ପ୍ରମୁଖ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ସମୂହ ସହଯୋଗ କରିଥିଲେ । ସଭାପତି ଡଃ ମଧୁସୂଦନ ମହାପାତ୍ର , ସମ୍ପାଦକ ରାଜ କିଶୋର ପାଢ଼ୀ , ସମ୍ଭାଗ ପ୍ରମୁଖ ଦେବରାଜ ଧଳ , ଅଭିଯାନ ପ୍ରମୁଖ ଜାକେରେସ୍ ପ୍ରଧାନ , ପ୍ରାଥମିକ ଶିକ୍ଷା ପ୍ରଭାରୀ କୈଳାଶ ଚନ୍ଦ୍ର ବେହେରା ,କାର୍ଯ୍ୟାଳୟ ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନ , ରଞ୍ଜିତ କୁମାର ଚୌଧୁରୀ , ପ୍ରାଥମିକ ଶିକ୍ଷା ପ୍ରମୁଖ ସବିତାରାଣୀ ପଟ୍ଟନାୟକ , କାର୍ଯ୍ୟାଳୟ ପ୍ରମୁଖ ଧୀରେସ୍ କହଁର , କ୍ରୀଡ଼ା ଶିକ୍ଷକ ଭବାନୀ କୁମାର ନାୟକ , ବାଲିଗୁଡ଼ା ସଂଚାଳ ପ୍ରମୁଖ କର୍ତ୍ତା ସାନୁରା ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ସହିତ ଟ୍ରଫି ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ସଭାପତିଙ୍କ ଉଦବୋଧନ ପ୍ରାଥମିକ ଶିକ୍ଷା ପ୍ରଭାରୀଙ୍କ ଧନ୍ୟବାଦ ଅର୍ପଣ ପରେ ମଶାଲ ନିର୍ବାପନ କରି ଖେଳକୁଦ କାର୍ଯ୍ୟକ୍ରମକୁ ସମାପ୍ତ କରା ଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ