Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଝାଡ଼ଖଣ୍ଡ ନିର୍ବାଚନ: ୪୩ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ

ଝାଡ଼ଖଣ୍ଡ: ଝଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତତାଦ ଚାଲିଛି । ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ୪୩ ସିଟ୍‌ରେ ନିର୍ବାଚନ ହେଉଛି । ପାଖାପାଖି ୧୩.୭ ମିଲିୟନ ଜନତା ବାଛିବେ ନିଜର ନେତା ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ ଓ ୭୩ ମହିଳା ପ୍ରାର୍ଥୀଙ୍କ ସମେତ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ହୋଇଛନ୍ତି । ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନ ପ୍ରତିଷ୍ଠା କରାଯାଇଛି ।

ଝାଡ଼ଖଣ୍ଡ ପୋଲିସ୍ ସହ ବିଏସଏଫ ଓ ସିଆରପିଏଫଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି । ସବୁଠି ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି ।

ପ୍ରଥମ ପର୍ଯ୍ୟାୟର ଟପ୍ କ୍ୟାଣ୍ଡିଡେଟମାନେ ହେଲେ ଷଡ଼େଇକଳାରୁ ବିଜେପିର ଚମ୍ପାଇ ସୋରେନ, ରାଞ୍ଚିରୁ ଶାସକ ଜେଏମଏମର ମହୁଆ ମାଜି, ଜାମସେଦପୁରରୁ କଂଗ୍ରେସର ବାନା ଗୁପ୍ତା, ଜଗନ୍ନାଥପୁରରୁ ବିଜେପିର ଗୀତା କୋଡ଼ା, ଜାମସେଦପୁର ଇଷ୍ଟରୁ କଂଗ୍ରେସର ଅଜୟ କୁମାର, ଚକ୍ରଧରପୁରରୁ ଜେଏମଏମରୁ ସୁଖରାମ ଓରାନ୍ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ପ୍ରାର୍ଥୀ କରାଯାଇଛି । ୨୦ ଲକ୍ଷରୁ ଅଧିକ ଓଡ଼ିଆ ଭୋଟର ବି ଏଥର ନିର୍ଣ୍ଣାୟକ ସାଜିବେ ।