Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧ୍ରୁବାମୁଣ୍ଡା ରେ ଶିଶୁ ମହୋତ୍ସବ ପ୍ରତିଭା କାର୍ଯ୍ୟକ୍ରମ

ସୋନପୁର : (ସୌମିତ୍ରି ମେହେର) ସୋନପୁର ସଦର ଧୂବାମୁଣ୍ଡା ଠାରେ ସ୍ବେଛାସେବୀ ସଂସ୍ଥା ରେଆର ତରଫରୁ ଶିଶୁ ଦିବସ ଅବସରରେ ଶିଶୁ ମହୋତ୍ସବ ପ୍ରତିଭା ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭଉଦଘାଟନ କରିଥିଲେ I ସମ୍ମାନିତ ଅତିଥିଭାବେ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ୍ୟ ଶଙ୍କର୍ଷଣ ପଣ୍ଡା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲବ ଷଡ଼ଙ୍ଗୀ , ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନିତା ଗୁରୁ , ଟାସ୍କ ଫୋର୍ସ ସଦସ୍ୟ ସ୍ୱାଧୀନ ମେହେର , ସ୍ୱତନ୍ତ୍ର ଅତିଥିଭାବେ ଆକାଶ ମେହେର ଓ ନିମିଶା ଦନ୍ତା , ରେଆର ର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା , ଅମ୍ବୁଜ ବିହାରୀ ଶତପଥି ଯୋଗ ଦେଇଥିଲେ l ଅତିଥି ମାନଙ୍କ ଦ୍ୱାରା ନେହେରୁ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା I ଡେ କେୟାର ଥେରାପି କେନ୍ଦ୍ର ର କର୍ମଚାରୀ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ରଙ୍ଗୋଲି , ଚିତ୍ରାଙ୍କନ , ସଂଗୀତ , ନୃତ୍ୟ , ମ୍ୟୁଜିକ ଚେୟାର ଆୟୋଜିତ ହୋଇଥିଲା l ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ I ରେଆର ର ଲକ୍ଷ୍ମଣ ସା ଙ୍କ ମୃତ୍ୟୁ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା I କାର୍ଯ୍ୟକ୍ରମ ଜିଲ୍ଲା ର ବିଭିନ୍ନ ଅଂଚଳ ରୁ ଭିନ୍ନକ୍ଷମ ଶିଶୁ ମାନଙ୍କ ଅଭିଭାବକ, ବିଭିନ୍ନ ସ୍ବେଛାସେବୀ ସଂସ୍ଥା ର ସଦସ୍ୟ ଯୋଗ ଦେଇଥିଲେ ।