ସାଲେପାଲି ଗୋଷ୍ଠୀ ଶିକ୍ଷାକେନ୍ଦ୍ର ରେ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମଉତଥାନ ଆନୁକୁଲ୍ୟରେ ଶିଶୁ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ୍ ଦ୍ଵାରା ସାଲେପାଲିରେ ଶିଶୁଦିବସ ପାଳିତ ହୋଇ ଯାଇଛି । ଏହି ସାଲେପାଲି ଗ୍ରାମରେ ୨୦୧୭ ମସିହାଠାରୁ ଗ୍ରାମଉତଥାନ୍ ର ଏକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଖୋଲା ଯାଇଛି । ଏହି ଶିକ୍ଷା କେନ୍ଦ୍ରରେ ଆଦିବାସୀ ସମ୍ପ୍ରଦାୟର ପିଲା ମାନେ ପାଠ ପଢନ୍ତି । ଆଜିର ଦିନରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଜନ୍ମ ଗ୍ରହଣ କରିଥିଲେ । ସେ ଶିଶୁ ମାନଙ୍କୁ ବହୁତ ଭଲ ପାଉଥିଲେ ଓ ସେ ଶିଶୁ ପ୍ରେମୀ ଥିଲେ । ତାଙ୍କର ଜନ୍ମ ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଏହି ଶିଶୁଦିବସ ଉପଲକ୍ଷେ ଆଜି ଗୋଷ୍ଠୀ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନଙ୍କୁ ଆନନ୍ଦ ଉଦ୍ଦୀପନା ଓ ଉତ୍ସାହିତ କରିବା ପାଇଁ ଗ୍ରାମଉତଥାନ୍ ର ମୁଖ୍ୟ ପରିଚାଳନା ଅଧିକାରୀ ମିସ ସ୍ଵର୍ଣ୍ଣରୂପା ମିଶ୍ର , ଯୁବ କାର୍ଯକ୍ରମ ପରିଚାଳକ ଶ୍ରୀଯୁକ୍ତ କ୍ଷିରେନ୍ଦ୍ର ରଣା, ସାମାଜିକ ଭାବନାତ୍ମକ ଶିକ୍ଷା ପରିଚାଳିକା ମିସ ଲୋପମୁଦ୍ରା ବଳ ଓ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଦୋଦର ର ଆଇଟି ଅଧ୍ୟାପକ ଉଦ୍ଧବ ପଧାନ ଉପସ୍ଥିତ ରହି ଶିଶୁଦିବସ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ତାପରେ ଛାତ୍ର ଛାତ୍ରୀ ମାନଙ୍କୁ ଗପ କହିବା , ଚିତ୍ରାଙ୍କନ, ବେଲୁନ ଖେଳ , ନାଚ ଓ ଗୀତ ଆଦି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ତାପରେ ଯାଦୁଗର ଉଦ୍ଧବ ପଧାନ ବିଭିନ୍ନ ପ୍ରକାର ଚମତ୍କାର ଯାଦୁ ଦେଖାଇ ପିଲା ମାନଙ୍କୁ ଉତ୍ସାହିତ କରାଇଥିଲେ । କ୍ଷିରେନ୍ଦ୍ର ରଣା ପିଲା ମାନଙ୍କୁ ପ୍ରେରଣା ଯୋଗାଇ ଦେବାପାଇଁ ଶିଶୁ ମାନଙ୍କ ଉପରେ ଏକ କବିତା ପାଠ (ଅଗଣାର ସଜ ଫୁଲଟିଏ) କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ଖାତା ଓ ପେନସିଲ ପ୍ରଦାନ କରାଯାଇଥିଲା । ଏହି କାର୍ଯକ୍ରମରେ ଗ୍ରାମଉତଥାନ୍ ର ସଦସ୍ୟ ଈଶ୍ଵର ସୂର୍ଯ୍ୟ ଙ୍କ ସହିତ ଗ୍ରାମର ଅଭିଭାବକ, ଅଭିଭାବିକା ମାନେ ଯୋଗ ଦେଇଥିଲେ ।