କାଦୋଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗ୍ରାମଉଥାନ ଦ୍ୱାରା ଯୁବ ବିକାଶ କାର୍ଯ୍ୟକ୍ରମ


ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉଥାନ୍ ଦ୍ଵାରା ଆଜି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ବିକାଶ କାର୍ଯକ୍ରମ (ସମଝୋ ତୋ କାର୍ଯକ୍ରମ) ଉଦଘାଟିତ ହୋଇଯାଇଛି । ଏହି କାର୍ଯକ୍ରମକୁ ଗ୍ରାମଉଥାନ୍ ର ଯୁବ କାର୍ଯକ୍ରମ ପରିଚାଳକ ଶ୍ରୀଯୁକ୍ତ କ୍ଷିରେନ୍ଦ୍ର ରଣା ପରିଚାଳନା କରିବା ସହିତ ଯୁବ ବିକାଶ କାର୍ଯକ୍ରମ ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କାଦୋଦର ସରପଞ୍ଚ ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପାଢୀ, ସମ୍ମାନିତ ଅତିଥି ଭାବେ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଦୋଦରର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଲ୍ଲଭ ପୁରୋହିତ , ଗ୍ରାମଉଥାନ୍ ର ମୁଖ୍ୟ ପରିଚାଳନା ଅଧିକାରୀ ମିସ ସ୍ଵର୍ଣ୍ଣରୂପା ମିଶ୍ର , ଗ୍ରାମଉଥାନ୍ ର ସଦସ୍ୟ ମିସ ରଶ୍ମିତା ପଧାନ ଓ ଲଛିପୁର ଗ୍ରାମ ପଂଚାୟତ କଲେଜର ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ଦାସ ଉପସ୍ଥିତ ଥିଲେ । ଏହା ସହିତ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଦୋଦରର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଅତିଥି ମାନେ ଏହି କାର୍ଯକ୍ରମକୁ ଉଦଘାଟନ କରିଥିଲେ । ଶେଷରେ ଛାତ୍ରୀ ପୂଜା ବଡମାଳୀ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ଯୁବ କାର୍ଯକ୍ରମ ପରିଚାଳକ ଶ୍ରୀଯୁକ୍ତ କ୍ଷିରେନ୍ଦ୍ର ରଣା ଏହି କାର୍ଯକ୍ରମର ପ୍ରଥମ ଭାଗ ୟୁଥ ମାନଙ୍କ ସହିତ କରାଇଥିଲେ । ସେଥିରେ ଏକାଗ୍ରତା , ସମନ୍ୟୟ ଖୋଜିବା , ଗତିଶୀଳ ପରିଚୟ ଆଦାନ ପ୍ରଦାନ (ସ୍ପିଡ ଡେଟିଂ) , ମୂଳଭୂତ ନିୟମ ଗଠନ , ଧୃବିକରଣ ସହ ଏକ ରୋଚକ ମୋଡ , ପ୍ରସଂଶାତ୍ମକ ଅନୁସନ୍ଧାନ , ବ୍ୟକ୍ତିଗତ ଏବଂ ସମ୍ପ୍ରଦାୟ କାର୍ଯ୍ଯ ସହିତ ବାସ୍ତବ ଦୁନିଆଁ ସଂଯୋଗ ବିଷୟରେ ଥିଲା । ଏଥିରେ ଯୁବ କାର୍ଯକ୍ରମ ପରିଚାଳକ ଶ୍ରୀଯୁକ୍ତ କ୍ଷିରେନ୍ଦ୍ର ରଣାଙ୍କୁ ମିସ ରଶ୍ମିତା ପଧାନ ସହଯୋଗ କରିଥିଲେ ।