Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଡାଲ ରେ ଜଳନ୍ଧର ଦରବାର

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଅଡlଲ ଭଗବତୀ ନାଟ୍ୟ ସଂସଦ ପକ୍ଷରୁ ଲୀଳା ନାଟକ ଜଳନ୍ଧର ଦରବାର ଆୟୋଜିତ ହୋଇଥିଲା I ନାଟ୍ୟଭିକ୍ରମେ ଜଳନ୍ଧର ବିବାହ ପରେ ଜାଳନ୍ଧର ସ୍ଵର୍ଗପୁରକୁ ଆକ୍ରମଣ କରି ସ୍ବର୍ଗପୁରରୁ ଦେବତା ମାନଙ୍କୁ ବହିଷ୍କାର କରି ଇନ୍ଦ୍ର ଆସନ ଅଧିକାର କରିବା ପରେ ସମସ୍ତ ଦେବଗଣ ଭୟଭିତ ହୋଇ ପଳାୟନ କରିବା ଆଦି ପ୍ରମୁଖ ଦ୍ରୁଶ୍ୟ ପର୍ଯ୍ୟାୟକ୍ରମେ ପରିବେଶ ହୋଇଥିଲା I ଜଳନ୍ଧର ଭୂମିକାରେ ଜଗବନ୍ଧୁ ବରିହା ଅଭିନୟ କରିଥିଲେ I ରମେଶ ଦେହୁରୀ , ଦିନକୃଷ୍ଣ ଶଙ୍ଖୁଆ , ଦୈତାରୀ ସେଠି , ବାମଦେବ ପଧାନ , ରଞ୍ଜନ ପଧାନ, ବିଶି ବାଘ , ପ୍ରେମାନନ୍ଦ ରଣl ,ବୃନ୍ଦାବନ ମିଶ୍ର ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ I ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଖଣ୍ଡହତା ସମିତି ସଭ୍ୟ, ବେଣିମାଧବ ବେଦବାକ, ବିମ୍ବାଧର ମେଣ୍ଡେଲୀ, ରାଧେଶ୍ଯାମ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ I