Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିକାରୀଙ୍କ ଫାସ ପୁଣି ନେଲା ତିନି ହାତୀଙ୍କ ଜୀବନ

ସମ୍ବଲପୁର: ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନଟି ହାତୀଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରୁ ଆଜି ସକାଳେ ୩ଟି ହାତୀର ମୃତଦେହ ଉଦ୍ଧାର କରାଯାଇଛି । ମୃତ ହାତୀମାନଙ୍କ ମଧ୍ୟରେ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ଥିବା ଜଣାଯାଇଛି ।

ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲରେ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କିଛି ଦିନ ହେବ ନାକଟିଦେଉଳ ରେଞ୍ଜରେ ହାତୀ ପଲ ଚଳପ୍ରଚଳ କରୁଥିଲେ । ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଯାଇ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଜାଲରେ ପଡ଼ି ଜୀବନ ଯାଇଥିବା ଜଣାପଡ଼ିଛି ।

ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ବାରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡ଼ି ୩ ହାତୀର ଜୀବନ ଯାଇଛି ବୋଲି ଜଣାପଡ଼ିଛି । ଆମ ବିଭାଗର ପାଟ୍ରୋଲିଂ କରୁଥିବା କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଛି । ଏକା ସଙ୍ଗେ ୩ଟି ହାତୀଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ । ବିଦ୍ୟୁତ ବିଭାଗ ସହ ବନ ବିଭାଗ ପାଟ୍ରୋଲିଂ ଠିକ୍ ଭାବେ କରିନି । ପାଟ୍ରୋଲିଂ କରି ବିଛାଯାଇଥିବା ବିଦ୍ୟୁତ୍‌ ତାରକୁ ହଟାଇବାର ଥିଲା । ସିସିଏଫ୍ ଓ ଆରସିସିଏଫଙ୍କୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟପ୍ରାଣୀ ମୁଖ୍ୟାଳୟର ଜଣେ CCFଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସରକାରଙ୍କୁ ସୁପାରସ କରାଯିବ ।