Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ତହସିଲ ରେ ଧିମେଇ ଚାଲିଛି ହାଇଟେକ୍ ସର୍ଭେ ; ଆଜି ପର୍ଯ୍ୟନ୍ତ ମିଳିଲାନି ଫାଇନାଲ ଜମି ପଟ୍ଟା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ରେ ୨୦୧୭ ମସିହା ରୁ ଆଜି ପର୍ଯ୍ୟନ୍ତ ହାଇଟେକ୍ ସର୍ଭେ ଚାଲିଥିଲେ ହେ ପ୍ରଜାଙ୍କୁ ଆଜି ଯାଏ ଫାଇନାଲ ଜମି ପଟ୍ଟା ମିଳିପାରି ନାହିଁ ।  ତତ୍କାଳୀନ ଜିଲ୍ଲାପାଳ ଦାଶରଥି ଶତପଥୀ ଉକ୍ତ ହାଇଟେକ୍ ସର୍ଭେ କୁ ଉଦଘାଟନ କରିଥିଲେ । ମାତ୍ର ହାଇଟେକ୍ ସର୍ଭେ ନାମରେ ଦାୟିତ୍ଵ ରେ ଥିବା ଅଧିକାରୀ ହଜାର ହଜାର ଟଙ୍କା ଅସୁଲ କରୁଥିବା ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି । ନୂତନ ପଟ୍ଟା, ମ୍ୟୁଟେଶନ, ପାର୍ଟିସନ୍, ୨ଖାନା ସଂଶୋଧନ, ନାମ ଓ ଜାତି ସଂଶୋଧନ ପରି ଅନ୍ୟାନ୍ୟ କାମ କରିବାପାଇଁ ଗ୍ରାମମାନଙ୍କୁ ଯାଇ ହାଇଟେକ୍ ଦାୟିତ୍ୱ ରେ ଥିବା ଅମୀନ ମାନେ ଗ୍ରାମର କିଛି ଅସାଧୁ ଦଲାଲ ଙ୍କୁ ହାତବାରସି କରି ପ୍ରଜା ମାନଙ୍କ ଠାରୁ ହଜାର ହଜାର ଟଙ୍କା ଅସୁଲ କରୁଥିବା ଜନସାଧାରଣ ରେ ଚର୍ଚ୍ଚା ହୁଏ l ପ୍ରକାଶ ଥାଉକି ବିରମହାରାଜପୁର ତହସିଲ ର ରାଜସ୍ବ ଗ୍ରାମର ପ୍ରଜା ମାନଙ୍କ ଜମିକୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହାଇଟେକ୍ ସର୍ଭେ କରି ସ୍ୱଚ୍ଛ ଭାବେ ରେକର୍ଡ ସଂଶୋଧନ କରିବାର ନିୟମ ଥିଲେହେ ଦାୟିତ୍ଵ ରେ ଥିବା ଅମିନ ଓ ଆର ଆଇ ମାନେ ରାଜସ୍ବ ଗ୍ରାମକୁ ନ ଯାଇ, ପ୍ରଜାଙ୍କ ସହ ଆଲୋଚନା ନ କରି ଅଫିସ ରେ ବସି ଜମି ସର୍ଭେ କରିଛନ୍ତି l ଫଳରେ ପ୍ରଜା ମାନେ ଏଲପିଏମ ପାଇଲା ପରେ ଜମି ଏରିଆ ଓ ମୃତ ପ୍ରଜାଙ୍କ ନାମରେ ପୂର୍ବ ଭଳିଆ ଥିବା ଜାଣି ହଇରାଣ ହରକତ ହେଉଥିବା ଓ ତହସିଲ କୁ ବାରମ୍ବାର ଦୌଡୁ ଥିବା ଦେଖିବାକୁ ମିଳିଛି l ଏପରିକି ପ୍ରଜମାନେ ୨ନମ୍ବର, ୮ନମ୍ବର ଓ ୧୪ନମ୍ବର ଫର୍ମ ରେ କେବେ ଜମିପଟ୍ଟା ଓ ରେକର୍ଡ ସଂଶୋଧନ ପାଇଁ ଆବେଦନ କରିବେ ସେନେଇ ବି ପ୍ରଜା ମାନଙ୍କୁ ସୂଚନା ଦିଆଯାଉନାହିଁ l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ