ଉଲୁଣ୍ଡା ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ଆସନ୍ତା ମାସ 17 ରୁ 27 ତାରିଖ


ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ହେବାକୁଥିବା ଧନୁଯାତ୍ରା ମହୋତ୍ସବ ଆସନ୍ତା ମାସ 17 ରୁ 27 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏଥି ପାଇଁ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ରବିବାର ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ସଭାପତି ହିମାଂଶୁ ଶେଖର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଉଲୁଣ୍ଡା – ଗଣ୍ଡା ବାହାଲ ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଶିବ ମନ୍ଦିର ରେ ପହଞ୍ଚିଥିଲା l ସେଠାରେ ପୂଜାର୍ଚ୍ଚନା କରିବା ପରେ ଶୋଭାଯାତ୍ରା ବାହାରି ମଥୁରା ନଗର ଉଲୁଣ୍ଡା ଧନୁଯାତ୍ରା ପଡିଆରେ ଏବଂ ଗୋପପୁର ଗଣ୍ଡା ବାହାଲ ମଣ୍ଡପରେ ପହଂଚି ଶୁଭସ୍ତମ୍ଭ ସ୍ଥାପନ କରାଯାଇ ଥିଲା l ପୂଜା କାର୍ଯ୍ୟ ହୃଷୀକେଶ ପୁରୋହିତ ସମ୍ପାଦନା କରିଥିବା ବେଳେ କର୍ତ୍ତା ଭାବେ ମଥୁରାରେ ନଟ ସାହୁ ଏବଂ ଗୋପ ପୁରେ ନାରାୟଣ ପରଡିଆ ଦାୟିତ୍ଵ ତୁଲାଇଥିଲେ l କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଗୋପାଳ ପଣ୍ଡା, କଂସ ଭୂମିକାରେ ଅଭିନୟ କରୁଥିବା ଶୁଶିଲ ମେହେର ଙ୍କ ସମେତ ସାଂସ୍କୃତିକ ପରିଷଦର ସମସ୍ତ କର୍ମକର୍ତ୍ତା , ଉଲୁଣ୍ଡା ଯୁବ ମହାସଂଘ , ନିର୍ମାଣ ଶ୍ରମିକ ସଂଘ , କଳାକାର ସଂଘ, ଦୁର୍ଗା ପୂଜା କମିଟି , ବଣିକ ସଂଘ , ପୂର୍ଣ୍ଣବାସୀ କ୍ଲବ ଆଦି ବିଭିନ୍ନ ସଂଗଠନ ପକ୍ଷରୁ ସମସ୍ତେ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l