Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଫୁଳା ଖେଳ ପଡିଆରେ ମା ‘ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉଫୁଳା ଖେଳ ପଡିଆରେ ତୃତୀୟ ମା ‘ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଘାଟିତ ହୋଇଯାଇଛି l କ୍ରୀଡ଼ାବିତ୍ ମନୋରଞ୍ଜନ ସେଠି , ଦିଲ୍ଲିପ ପଧାନ , ଗୋବିନ୍ଦ ସେଠି ପ୍ରମୁଖ ଅତିଥିଭାବେ ଯୋଗଦେଇ ଖେଳ କୁ ଉଦଘାଟନ କରିଥିଲେ l ଉଦଘାଟନୀ ମ୍ଯାଚ ନୂଆଗଡ଼ ଓ ଦେଉଳ ମୁଣ୍ଡା ମଧ୍ୟରେ ହୋଇଥିବା ବେଳେ ନୂଆଗଡ଼ ଦଳ ଦେଉଳମୁଣ୍ଡା କୁ ହରାଇ ଖେଳରେ ବିଜୟୀ ହୋଇଥିଲା I ଦ୍ଵିତୀୟ ମ୍ଯାଚ କେନ୍ଦୁପାଲି ଓ କମଳପୁର ମଧ୍ୟରେ ଅନୁଷ୍ଠିତ ହୋଇ କମଳପୁର ଦଳ ପରାସ୍ତ ହୋଉଥିଲା କେନ୍ଦୁପାଲି ଠାରୁ l ପ୍ରଥମ ମ୍ଯାଚ ବିଜେତା ନୂଆଗଡ଼ ଓ ଦ୍ଵିତୀୟ ବିଜେତା କେନ୍ଦୁପାଲି ଦଳ ମଧ୍ୟରେ ଖେଳା ଯାଇଥିବା ଖେଳରେ କେନ୍ଦୁପାଲି ବିଦାୟୀ ହୋଇ ସେମି ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି l