Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିକ୍ଷକ ବଦଳି ପ୍ରତିବାଦରେ ଜଟେସିଂଘl ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମୁଖ୍ୟ ଫାଟକ ରେ ତାଲା ପକାଇ ଦେଲେ ଧାରଣା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ବୁଧବାର ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା । ଏହି ବିଦ୍ୟାଳୟରଟି ୧୯୧୯ ରୁ ସ୍ଥାପିତ ହୋଇଥିବା ବେଳେ ଏଥିରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୨୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏମାନଙ୍କୁ ଶିକ୍ଷାଦାନ ପାଇଁ ୯ ଜଣ ଶିକ୍ଷକ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ୬ ଜଣ ଶିକ୍ଷକ ରହିଛନ୍ତି। ସେଥିମଧ୍ୟରୁ ଜଣେ ସଙ୍ଗୀତ ଶିକ୍ଷକ ଓ ଜଣକୁ ଅନ୍ୟ ସ୍କୁଲକୁ ବଦଳି ପାଇଁ ନୋଟିସ ହୋଇଛି । ଏହି ବିଦ୍ୟାଳୟରୁ କାର୍ଯ୍ୟାରତ ଶିକ୍ଷକ ସୌମିତ୍ରି ସାହୁ ଙ୍କୁ ଅନ୍ୟତ୍ର ବଦଳି କରାଯିବାରୁ ପ୍ରତିବାଦରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମୁଖ୍ୟ ଫାଟକରେ ତାଲା ପକାଇ ମଧ୍ୟାହ୍ନ ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ଧାରଣା ସ୍ଥଳରେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାର ପହଞ୍ଚି ବୁଝାସୁଝା କରିଥିଲେ । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତାନୁ କୁମ୍ଭକାରଙ୍କୁ ଯୋଗାଯୋଗ କରାଯିବାରୁ ତଦନ୍ତ କରି ସମାଧାନ କରାଯିବା ବୋଲି କହିଥିଲେ । ସନ୍ଧ୍ୟା ସମୟରେ ବଦଲି ପାଇଁ ହୋଇଥିବା ନୋଟିସ ବାତିଲ ହୋଇଥିବା ଜଣାଯାଇଛି ।