ବୀରମହାରାଜପୁର : (ସୌମିତ୍ରି ମେହେର) ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ, ଭୁବନେଶ୍ଵର ଆନୁକୁଲ୍ୟରେ ରାଜ୍ୟ ସଭାପତି ବିଶ୍ବରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସପ୍ତାହ ବ୍ୟାପି ଚାଲୁଥିବା ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବୁଧବାର ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ଙ୍କୁ ସାକ୍ଷାତ କରି ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ଦାବିପତ୍ର ପ୍ରଦାନ ସହିତ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପତ୍ର ପାଇଁ ଅନୁରୋଧ କରିଥିଲେ । ଏଥିପାଇଁ ଆବଶ୍ୟକୀୟ ସହଯୋଗ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଧାୟକ ସମ୍ମତି ପ୍ରଦାନ କରିଥିଲେ । ସଂଘର ଜିଲ୍ଲା ସଂଯୋଜକ ଅଧ୍ୟାପକ ଉଦ୍ଧବ ପଧାନଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଉଲୁଣ୍ଡା ଖଣ୍ଡ ସଂଯୋଜକ ସୁଶାନ୍ତ ଦେହୁରୀ , ଅଧ୍ୟାପକ ବାଳମକୁନ୍ଦ ବାରିକ , ସୁବର୍ଣ୍ଣପୁର ଖଣ୍ଡ ସଂଯୋଜିକା ଚନ୍ଦ୍ରକାନ୍ତି ବିଶ୍ୱାଳ , ଅଧ୍ୟାପକ ପୁରସ୍ତମ ମେହେର , ଭୁବନେଶ୍ୱର ସାହୁ , ଅଧ୍ୟାପିକା , ସନ୍ଧ୍ୟାରାନୀ ଗୁରୁ , ସରୋଜ କୁମାର ବିଶି ପ୍ରମୁଖ ଉପସ୍ଥିତ ଥିଲେ l