Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିପାଲି ଜୁଏହୁଲା ଲୋକମହୋତ୍ସବ ପ୍ରସ୍ତୁତି

ବରପାଲି:ବରପାଲି ଆମ୍ବେଦକର ଭବନ ପ୍ରାଙ୍ଗଣରେ ଜୁଏହୁଲା ଲୋକ ମହୋତ୍ସବ ପରିଚାଳନା ସମ୍ପର୍କିତ ବିଷୟ ଉପରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ବିଶିପାଲି ଲୋକ ମହୋତ୍ସବ କମିଟି ସଭାପତି ଅରକ୍ଷିତ ମହାନନ୍ଦଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ଉପସ୍ଥିତ କର୍ମକର୍ତ୍ତା ଓ ସଭ୍ଯ ମାନେ ମହୋତ୍ସବ ପ୍ରସ୍ତୁତି ଏବଂ ପରିଚାଳନା ସମ୍ବନ୍ଧିତ ଆଲୋଚନା ମାଧ୍ଯମରେ ହୋଇଥିଲା। ଆସନ୍ତା ୧୩ ଓ ୧୪ ତାରିଖ ଦ୍ବିଦିବସିୟ ଭାବରେ ବିଶିପାଲି ଆମ୍ବେଦକର ମଣ୍ଡପରେ ମହୋତ୍ସବ ପରିଚାଳନା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା। ଏହି ଅବସରରେ ବାବା ଆମ୍ବେଦକରଙ୍କ ପ୍ରତିମ୍ରୁତି ଅନାବରଣ ଏବଂ ଉତ୍ସବରେ ସାମିଲ ହେବାପାଇଁ ସାଂସ୍ର୍କୁତିକ ଦଳ,ବିଭିନ୍ନ ପ୍ରତିଯୋଗିତା ମୂଳକ ଆୟୋଜନ, ନିମନ୍ର୍ତିତ ଅତିଥି, ଅଭ୍ଯର୍ଥନା, ଉପଦେଷ୍ଟା ମଣ୍ତଳି ଗଠନ ହୋଇଥିଲା। ଆଲୋଚନାରେ କମିଟି ଅଧ୍ଯକ୍ଷ ଦିଲିପ କୁମାର ସ୍ବାଇଁ, ସଂପାଦକ ଶିବଲାଲ ତାଣ୍ଡି, ଉପସଭାପତି ଆଶିଷ କୁମାର ପଧାନ, ସହ ସଂପାଦକ ଅନିଲ ସ୍ବାଇଁ, ଅର୍ଜୁନ ମହାନନ୍ଦ,ଗଣେଷ ମହାନନ୍ଦ, ଗୁରୁବାରୁ ଭୋସାଗର, ଗୋପାଲ ନାଗ, ଅଲେଖ ମହାନନ୍ଦ ପ୍ରମୁଖ ଭାଗ ନେଇଥିଲେ। ପରିଶେଷରେ କୋଷାଧ୍ଯକ୍ଷ ପ୍ରଦିପ କୁମାର ମହାନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ।