Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉତ୍ତରପ୍ରଦେଶ ଉପନିର୍ବାଚନ: ୭ରେ ବିଜେପି, ୨ରେ ଏସପି ଆଗୁଆ

ଲକ୍ଷ୍ନୌ: ମହାରାଷ୍ଟ ଓ ଝାଡ଼ଖଣ୍ଡ ବିଧାନସଭା ସହ ଉତ୍ତର ପ୍ରଦେଶର ୯ଟି ଆସନରେ ଉପନିର୍ବାଚନ ହୋଇଥିଲା । ଯାହାର ଗଣତି ଆଜି ଦୁଇ ରାଜ୍ୟର ଭୋଟ ଗଣତି ସହ ହେଉଛି । ମିଳିଥିବା ତାଜା ତଥ୍ୟ ଅନୁସାରେ ୯ଟି ଆଓନରୁ ୭ଟିରେ ବିଜେପି ଆଗୁଆ ଥିବା ବେଳେ ୨ଟି ଆସନରେ ସମାଜବାଦୀ ପାର୍ଟି (ଏସପି) ଆଗରେ ରହିଛି ।

ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ, କୁଣ୍ଡାର୍କି, ଖୈର, ସିସମାଉ ଏବଂ ମଜୱାନ ଆସନରେ ବିଜେପି ପ୍ରାର୍ଥୀମାନେ ଲିଡରେ ଥିବାବେଳେ ସମାଜବାଦୀ ପାର୍ଟିର ପ୍ରାର୍ଥୀ କରହଲ ଏବଂ ଫୁଲପୁରରେ ଆଗରେ ଅଛନ୍ତି ।

ପ୍ରକାଶ ଥାଉକି, କଂଗ୍ରେସ ଉପନିର୍ବାଚନରେ କୌଣସି ​​ପ୍ରତିଦ୍ୱନ୍ଦ୍ୱୀ ଦେଇନହିଁ । ଇଣ୍ଡି ମେଣ୍ଟର ସହଯୋଗୀ ଦଳ ଏସପିକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା । ସେପଟେ ବହୁଜନ ସମାଜବାଦୀ ପାର୍ଟି (BSP) ସ୍ୱାଧୀନ ଭାବେ ସମସ୍ତ ୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଅନ୍ୟପଟେ, ଅସଦୁଦ୍ଦିନ ଓୱେସିଙ୍କ ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ (AIMIM) ଗାଜିଆବାଦ, କୁଣ୍ଡାର୍କି ଏବଂ ମେରାପୁରରୁ ପ୍ରାର୍ଥୀ ଦେଇଛି । ମାତ୍ର AIMIM କି BSPର ପ୍ରାର୍ଥୀମାନେ ଲିଡରେ ନାହାନ୍ତି ।