Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ବାର୍ଷିକୋତ୍ସବ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ସତ୍ୟସାଇବାବାଙ୍କ ୯୯ ତମ ଜନ୍ମ ବାର୍ଷିକୋତ୍ସବ ସ୍ଥାନୀୟ ସାଇବିହାର ଠାରେ ପାଳିତ ହୋଇଯାଇଛି | ସମିତି ର ଆବାହକ ରାଜେନ୍ଦ୍ର କୁମାର ପାତ୍ର ଙ୍କ ଅଧ୍ଯକ୍ଷତାରେ ପ୍ରତ୍ଯୁଷରେ ଓଁକାର, ସୁପ୍ରଭାତମ, ନଗର ସଂକୀର୍ତନ ଆୟୋଜନ ହୋଇଥିଲା । ଏନେଇ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ, ପ୍ରଶାନ୍ତି ପତାକା ଉତ୍ତୋଳନ, ଷୋଡ଼ ଶୋପଚାର ପୂଜା ଓ ହୋମ କାର୍ଯ୍ୟକ୍ରମ ଯଥାରିତି ନୀତି ନୁଯାୟୀ ହୋଇଥିଲା I ପରେପରେ ସତ୍ୟସାଇଙ୍କ ଫୋଟୋ ଚିତ୍ର କୁ ଏକ ସୁସଜ୍ଜିତ ରଥ ରେ ସମଗ୍ର ନଗର ପରିକ୍ରମା କରାଯାଇଥିଲା | ଏହି ଅବସରରେ ନାରାୟଣୀ ମାନଙ୍କୁ ରନ୍ଧା ଖାଦ୍ୟ ପୁଡିଆ ବଣ୍ଟନ କରିବା ସହିତ ଅନ୍ନ ପ୍ରସାଦ ର ବ୍ୟବସ୍ଥା ଚରାଯାଇଥିଲା | ପରେ ପରେ ଅସହାୟ ଦୀନ ଦୁଃଖୀ ଲୋକ ମାନଙ୍କୁ ଲୁଗାପଟା ସହିତ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା | ସେବାଗ୍ରାମ, ପୋଷ୍ୟଗ୍ରାମ, ରୋଗୀ ମାନଙ୍କ ଘରକୁ ଯାଇ ବାବାଙ୍କ ଫୋଟୋ, ବିଭୁତି ଓ ପ୍ରସାଦ ବଣ୍ଟନ କରାଯାଇଥିଲା | ସନ୍ଧ୍ୟାରେ ଲିଖିତ ଜପ ପରେ ପରେ ୯୯ ଗୋଟି ଦୀପ ପ୍ରଜ୍ଜଳନ କରାଯାଇ ବେଦ ପାଠ ସହିତ ଭଜନ କରି ସାଇଝୁଲା ରେ ଝୁଲାଇ କେକ କଟା ଯାଇଥିଲା ଶେଷରେ ବାଳବିକାଶ ପିଲାଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବାଳବିକାଶ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରି ମଙ୍ଗଳ ଆରତୀ କରି ସମାପନ କରାଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ