Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପପାଲି ର ଶତାୟୁ ବ୍ୟକ୍ତି ବେଣୁଧର ବାଘ ଙ୍କ ପରଲୋକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଗୋପପାଲି ଗ୍ରାମର ଶତାୟୁ ବ୍ୟକ୍ତି ବେଣୁଧର ବାଘ (୧୦୪ ) ଙ୍କ ପରଲୋକ ହୋଇଯାଇଛି। ସେ ଜଣେ ମେଳାପି , ଭାଗପତପ୍ରେମୀ ତଥା ପରୋପକାରୀ ବ୍ୟକ୍ତି ଥିଲେ। ଗୋପପାଲି ସ୍ଥିତ ତାଙ୍କ ବାସଭବନରେ ନିଜର ପୁଅ ଝିଅ , ନାତି ନାତୁଣୀ ଓ ସମ୍ପର୍କୀୟ ତଥା ଗ୍ରାମବାସୀ , ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ ପାଇଁ ଆସିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ବଡ ପୁଅ ହଲଧର ବାଘ ମୁଖାଗ୍ନି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ