ଅମର ପାଲି କ୍ରିକେଟ କପ୍ ର ଦ୍ଵିତୀୟ ଦିବସରେ ଗରଗଡ଼ବାହାଲ ଦଳ ସେମିଫାଇନାଲ କୁ ଉନ୍ନିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ସ୍ଥିତ ଭଗବାନ ସହୁ ଗ୍ରାଉଣ୍ଡ ରେ ଫ୍ରେଣ୍ଡସ କ୍ଲବ ଓ ଜେମସ୍ ଷ୍ଟାର କ୍ଲବ ର ମିଳିତ ଆନୁକୁଲ୍ୟରେ ହେଉଥିବା ୩୧ ତମ ଅମରପାଲି କ୍ରିକେଟ କପ୍ ର ଗୁରୁବାର ଥିଲା ଦ୍ଵିତୀୟ ଦିବସ । ଗୁରୁବାର ଦିନ ତିନୋଟି ମ୍ୟାଚ ହୋଇଥିଲା । ପ୍ରଥମ ମ୍ୟାଚ୍ ଟି ଗରଗଡବାହାଲ ଓ ଲୁଦୁମୁଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ ଗରଗଡବାହାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୧୦୬ ରନ କରିଥିଲା । ଜବାବରେ ଲୁଦୁମୁଣ୍ଡା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୯୫ରନ କରି ପରାସ୍ତ ହୋଇଥଲା । ଦ୍ଵିତୀୟ ମ୍ୟାଚ୍ ଟି ବଡ଼ମାଳ ( ରେଢାଖୋଲ) ଓ କଳାପଥର ମଧ୍ୟରେ ହୋଇଥିଲା । ଏଥିରେ କଳାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ସମସ୍ତ ଉଇକେଟ ହରାଇ ୧୦୧ ରନ କରିଥିଲା । ଜବାବରେ ବଡ଼ମାଳ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ସମସ୍ତ ଉଇକେଟ ହରାଇ ୯୫ରନ କରି ପରାସ୍ତ ହୋଇଥିଲା । ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଗରଗଡବାହାଲ ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା କଳାପଥର ମଧ୍ୟରେ ହୋଇଥିଲା। ଏଥିରେ କଳାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭର ରେ ୮ ଉଇକେଟ ହରାଇ ୭୨ରନ କରିଥିବା ବେଳେ ଗରଗଡବାହାଲ ଦଳ ଆବଶ୍ୟକୀୟ ୭୩ ରନ କୁ ୬.୪ ଓଭର ରେ ୩ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି । ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ସମ୍ବଲପୁର ସ୍ଥିତ ଗାୟତ୍ରୀ ଯୁକ୍ତ ଦୁଇ ବିଜ୍ଞାନ କଲେଜର ପରିଚାଳନା ମୁଖ୍ୟ ଅମିତ ଶତପଥୀ ମୁଖ୍ୟ ଅତିଥି ଏବଂ ସରୋଜ କୁମାର ସାହୁ,ଶିକ୍ଷକ ପ୍ରାଣବନ୍ଧୁ ସାହୁ ଓ ବିମ୍ବାଧର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଗରଗଡବହାଲ ର ରୋହିତ ଧରୁଆ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଏବଂ ହିମାଂଶୁ ଧଳ( ଲାଡେନ) ଙ୍କୁ ଶ୍ରେଷ୍ଠ ବ୍ୟାଟର ଭାବେ ପୁରସ୍କୃତ କରାଯାଇଥିଲା । ମ୍ୟାଚ୍ ଗୁଡ଼ିକ ରେ ସୁରେଶ ବିଶି , ପ୍ରବୀଣ ଦାସ , ଟୁଟୁ ମହାକୁର , ଆଶିଷ ମେହେର ଅମ୍ପାୟାର , ଶୁଭେନ୍ଦୁ ଶେଖର ସାହୁ ଓ ମାଧବ ନାଏକ ସ୍କୋରର ସବ୍ୟସାଚୀ ବଘାର ଓ ଅଂଶୁମାନ ପ୍ରଧାନ ଅନଲାଇନ ସ୍କୋରର ଏବଂ ମାନସ ନନ୍ଦ , ସୁଶିଲ ସାହୁ ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।