Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଠାକୁରାଣୀ ମନ୍ଦିର କମିଟି ତରଫରୁ ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ମା’ଠାକୁରାଣୀ ମନ୍ଦିର କମିଟି ପକ୍ଷରୁ ଶୁକ୍ରବାର ଡୁଲୁରୀଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ତଥା ବଣିକ ସଂଘର ସଭାପତି ଲଡ଼ୁ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଭଗବାନ ସାହୁ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ତଥା କାର୍ଯ୍ୟକାରୀ ସଭାପତି ଚନ୍ଦ୍ରିକା ମଲିକ ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥି ଭାବେ ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଜଳେଶ୍ୱର ବାବା ବୋଲବମ୍‌ ସଂଘର ସଭାପତି ପ୍ରଦୀପ କୁମାର ସାହୁ ଭାଗବତ ଟୁଙ୍ଗିର ସଭାପତି ସରୋଜ ସାହୁ, ଟୁକୁନା ସାହୁ, ପ୍ରମୋଦ ସାହୁ, ମଣ୍ଟୁ ସାହୁ ପ୍ରମୁଖ ଯୋଗ ଦେଇ ମା’ ଠାକୁରାଣୀଙ୍କ ମନ୍ଦିର ଅର୍ଦ୍ଧ ନିର୍ମିତ ରହିଛି ତାକୁ କିଭଳି ସମ୍ପୂର୍ଣ୍ଣ କରାଯିବା ସହ ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବା ସହ ଦୈନିକ ଭୋଗ ଲାଗି କରାଯିବା ଆଦି ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବଡ଼ ଧୂମ୍‌ଧାମରେ ଏହି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୁଣି ଆଗାମୀ ୩ ବର୍ଷ ପରେ ଏହି ଯାତ୍ରା କିଭଳି ବଡ଼ ଧୂମ୍‌ଧାମରେ ପାଳନ କରାଯିବ ଓ ଯୁବପିଢ଼ି ଏହାକୁ କିଭଳି ଆଗକୁ ନେବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ଲୋକ ଯୋଗଦାନ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ