Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମରପାଲି କ୍ରିକେଟ କପ ର ତୃତୀୟ ଦିବସରେ ଅମରପାଲି କୁ ହରାଇ ବହଲପଦର ଦଳ ସେମି ଫାଇନାଲ ରେ ପ୍ରବେଶ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ଫ୍ରେଣ୍ଡସ କ୍ଲବ ଓ ଜେମ୍ସ ଷ୍ଟାର କ୍ଲବ ର ମିଳିତ ଆନୁକୁଲ୍ୟରେ ହେଉଥିବା ୩୧ ତମ ଅମରପାଲି କ୍ରିକେଟ କପ୍ ର ଶୁକ୍ରବାର ଥିଲା ତୃତୀୟ ଦିବସ । ଶୁକ୍ରବାର ଦିନ ତିନୋଟି ମ୍ୟାଚ ହୋଇଥିଲା । ପ୍ରଥମ ମ୍ୟାଚ ଟି ଜେମଷ୍ଟାର କ୍ଲବ ଅମରପାଲି ଓ ଫରେଷ୍ଟ କ୍ଲବ ରେଢାଖୋଲ ମଧ୍ୟରେ ହୋଇଥିଲା । ଏଥିରେ ଫରେଷ୍ଟ କ୍ଳବ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୭୬ ରନ କରିଥିଲା । ଜବାବରେ ଅମରପାଲି ଦଳ ଆବଶ୍ୟକୀୟ ୭୭ରନ କୁ ୯.୪ ଓଭର ରେ ୫ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ବହଳପଦର ଓ କୁତମେଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ କୁତମେଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୮୮ ରନ କରିଥିଲା। ଜବାବରେ ବହଳପଦର ଦଳ ଆବଶ୍ୟକୀୟ ୮୯ ରନ କୁ ୬.୪ ଓଭର ରେ ୪ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଅମରପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ବହଲପଦର ମଧ୍ୟରେ ହୋଇଥିଲା। ଏଥିରେ ଅମରପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭର ରେ ୭ ଉଇକେଟ ୬୨ ରନ କରିଥିଲା । ଜବାବରେ ବହଳପଦର ଦଳ ଆବଶ୍ୟକୀୟ ୬୩ ରନ କୁ ୨ ଉଇକେଟ ହରାଇ ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଥିଲା। ପୀତାମ୍ୱର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତାରଣୀ ଉତ୍ସବ ରେ ଅବସରପ୍ରାପ୍ତ ସେନା କର୍ମଚାରୀ ଅନନ୍ତ କୁମାର ପ୍ରଧାନ ଏବଂ ସମ୍ବଲପୁର ଜିଲ୍ଲା କଂଗ୍ରେସ ସମ୍ପାଦକ ଜୟରାମ ବନିଆଁ ଅତିଥି ଭାବେ ଯୋଗଦେଇ ବହଳପଦର ର ଅନିଲ ଭୁକ୍ତା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଗୁଡ଼ିକ ରେ ସୁରେଶ ବିଶି, ରଘୁବୀର ମିଶ୍ର , ଟୁଟୁ ମହାକୁର ଏବଂ ଆଶିଷ ମେହେର ଆମ୍ପାୟାର , ମାଧବ ନାଏକ ସ୍କୋରିଙ୍ଗ, ଶୁଭେନ୍ଦୁ ଶେଖର ସାହୁ ଅନ ଲାଇନ ସ୍କୋରିଙ୍ଗ ଏବଂ ତଥାଗତ ସାହୁ, ସୁଶୀଲ ସାହୁ ଓ ପୀତାମ୍ବର ସାହୁ ଧାରାବିବରଣି ପ୍ରଦାନ କରିଥିଲେ।