ବିରମହlରାଜପୁର : (ସୌମିତ୍ରି ମେହେର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଶନିବାର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବଡଖମାର ଗ୍ରାମର ଅଙ୍ଗନବାଡି -୧ କେନ୍ଦ୍ରର କର୍ମୀ ଆନୁସୟା ରଥ ଚାକିରି ରୁ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ତେନ୍ତୁଳିମହଦା ସ୍ଥିତ ନିଜ ବାସଭବନ ରହିଥିବା ବେଳେ ବିଗତ ୧୯୯୬ ମସିହାରୁ ସୁଚାରୁରୂପେ କାର୍ଯ୍ୟକରି ଆସୁଥିଲେ l ବଡଖମାର ଗ୍ରାମ ସହ ରାଧାପୁର, ଚନ୍ଦଲି, ମୁଣ୍ଡିଦମକ ପ୍ରଭୁତି ଗ୍ରାମର ଦାୟିତ୍ୱ ନେଇ ଲୋକଙ୍କ ପ୍ରିୟଭାଜନ ହୋଇ ପାରିଥିଲେ l ଏହି ଅବସରରେ ସେକ୍ଟର ପରିଦର୍ଶିକା ଭାରତି ମିଶ୍ରଙ୍କ ନେତୃତ୍ବରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଖପାଖ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ମାନେ ସାମିଲ ହୋଇଥିଲେ ।
ଅଙ୍ଗନୱାଡି କର୍ମୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
